ପ୍ରିୟଙ୍କାଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ବେଶ୍ ପରିଚିତ । ଏହି ନାୟିକା ଭିନ୍ନ ଭିନ୍ନ ଅଭିନୟରେ ଦର୍ଶକଙ୍କର ଖୁବ୍ ପସନ୍ଦ । କେବଳ ସେତିକି ନୁହେଁ ଜଣେ ଭଲ ମଣିଷ ଭାବେ ମଧ୍ୟ ପ୍ରିୟଙ୍କାଙ୍କୁ ଅନେକ ଲୋକ ପ୍ରଶଂସା କରନ୍ତି । ନିଜ ପର୍ସନାଲ ଲାଇଫ୍ ବ୍ୟତୀତ ସେ ସାମାଜିକ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କିଛି ଅନୁରୋଧ କରିଥିବା ଦେଖାଯାଇଛି । ଏଥିରେ ଦୁଇଟି ଜୀବନରେ ହସ ଫୁଟାଇବାକୁ ଅଭିନେତ୍ରୀ ଅନୁରୋଧ କରିଛନ୍ତି । ଓସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ବିଟ୍ଟୁ’କୁ ନେଇ ସେ ଏହି ଅନୁରୋଧ କରିଛନ୍ତି । ଫିଲ୍ମ ନିର୍ମାତା କରିଷ୍ମା ଦେବ ଦୁବେଙ୍କ ଏହି ଫିଲ୍ମରେ ଜଣେ ୮ ବର୍ଷ ଓ ଆଉ ଜଣେ ୧୦ ବର୍ଷ ବାଳିକାଙ୍କ ବିଷୟରେ ଚିତ୍ରଣ କରାଯାଇଛି । ରାନି ଓ ରେନୁ କୁମାରୀ କିପରି ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ତାହା ଏହି ଫିଲ୍ମରେ ଦେଖାଯାଇଛି । ଏମାନଙ୍କ ପାଖରେ ପ୍ରତିଭା ଥିଲେ ବି ଅର୍ଥର ଅଭାବ ଏମାନଙ୍କୁ ଆଗକୁ ଯିବାରେ ବାଧା ସାଜିଛି । ଏହାକୁ ଦେଖିବା ପରେ ପ୍ରିୟଙ୍କା ହାତ ଯୋଡି ଅନୁରୋଧ କରିଛନ୍ତି ଫିଲ୍ମକୁ ଦେଖିନ୍ତୁ ଆଉ ଭିଡିଓରେ ଦିଆଯାଇଥିବା ଲିଙ୍କକୁ ଯାଇ ଉକ୍ତ ଦୁଇ ଝିଅଙ୍କୁ ସାହାଯ୍ୟ କରନ୍ତୁ । ଯାହା ଫଳରେ ଏମାନଙ୍କ ଜୀବନ ହସଖୁସିରେ ପୂର୍ଣ୍ଣ ହୋଇଯିବ । ପ୍ରିୟଙ୍କାଙ୍କ ଏଭଳି ଅନୁରୋଧକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି ।

Share