ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେଷ୍ଟୁରାଣ୍ଟ ଲୋକଙ୍କ ହୃଦୟ ଜିଣିବାରେ ଲାଗିଛି। ନ୍ୟୁୟର୍କରେ ଖୋଲାଯାଇଥିବା ଏହି ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇ ନାହିଁ। ମାତ୍ର ସ୍ବତନ୍ତ୍ର ଲୋକ ଏଠାକୁ ଆସିବା ଆରମ୍ଭ କରିଦେଇଛନ୍ତି। ନିକଟରେ ପ୍ରିୟଙ୍କାଙ୍କ ଜା’ ଡାନିଏଲ ଜୋନ୍ସ ସୋନାରେ ପହଞ୍ଚିଥିଲେ। ସେଠାରେ ସେ ଅନେକ ପ୍ରକାରର ଡ୍ରିଙ୍କ୍ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋନାରେ ଏକ ଭିନ୍ନ ପ୍ରକାରର ଗୁପ୍ଚୁପ୍ ପରଷା ଯାଉଛି। ଏହାର ଫଟୋ ମଧ୍ୟ ଭାଇରାଲ ହେଉଛି। ଏଠାରେ ମିଳୁଥିବା ଗୁପ୍ଚୁପ୍ରେ ଟକିଲା ମିଶାଯାଉଛି।
କିଛି ଦିନ ପୂର୍ବେ ପ୍ରିୟଙ୍କା ଏହି ରେଷ୍ଟୁରାଣ୍ଟ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ରେଷ୍ଟୁରାଣ୍ଟର ଭିତର ଫଟୋ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସେଠାରେ ଭିନ୍ନ ପ୍ରକାରର ଆରାମଦାୟକ ସୋଫା ପଡ଼ିଥିବାର ଦେଖିବାକୁ ମିଳିଥିଲା।