ଏବେ ପ୍ରିୟଙ୍କା କହିଲେ କାରଣ

ବମ୍ବେ: ନିଜଠାରୁ ବୟସରେ ଢ଼େରଗୁଣା ସାନ ପ୍ରେମିକାଙ୍କ ହାତ ଧରି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ନିକଟରେ ସେ ନିଜ ନାମରୁ ‘ଜୋନାସ’ ସରନେମ୍‌ ହଟାଇଥିଲେ। ଏହାପରଠାରୁ ନିକ୍‌ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ ମା’ ମଧୁ ଚୋପ୍ରା ଏହାକୁ ଖଣ୍ଡନ କରିଥିଲେ। ଏବେ ଏନେଇ ମୁହଁ ଖୋଲିଛନ୍ତି ପିସି।

ପ୍ରିୟଙ୍କା କହିଛନ୍ତି, ମୋତେ ଜଣାନାହିଁ। ହେଲେ ମୁଁ କେବଳ ଏତିକି ଚାହୁଁଥିଲି କି ମୋର ୟୁଜରନେମ୍‌ ଟୁଇଟର ଆକାଉଣ୍ଟ ନାମ ସହ ମ୍ୟାଚ୍‌ ହେଉ। ହେଲେ ଲୋକମାନେ ଏହି କଥାର ଭିନ୍ନ ଅର୍ଥ ବାହାର କରିଥିଲେ। ସୋସିଆଲ ମିଡିଆରେ ଏହା ବଡ଼ ମୁଦ୍ଦା ହୋଇଥିଲା।

କର୍ମଜୀବନ ବିଷୟରେ କଥା ହେଲେ ପ୍ରିୟଙ୍କା ଏବେ ନିଜର ଅପ୍‌କମିଂ ଫିଲ୍ମ ‘ମୈଟ୍ରିକ୍ସ ୪’ ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ପିସି ‘ସତି’ଙ୍କ ଭୂମିକାରେ ନଜର ଆସିବେ। ଏହାଛଡ଼ା ସେ ଫରହାନ ଅଖତରଙ୍କ ‘ଜି ଲେ ଜରା’ରେ ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ୍‌ଙ୍କ ସହ ନଜର ଆସିବେ।

Share