ତୁର୍କୀ-ସିରିଆ ଭୂକମ୍ପ କ୍ଷତିଗ୍ରସ୍ତଙ୍କୁ ସାହାର୍ଯ୍ୟ କରିବାକୁ ନିବେଦନ କଲେ ପ୍ରିୟଙ୍କା

ମୁମ୍ବାଇ: ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁ ୩୬ ହଜାରରୁ ଅଧିକ ଜୀବନ ଗଲାଣି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହୁରି ଅନେକ ଭୁଶୁଡି ପଡିଥିବା କୋଠା ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ତୁର୍କୀ ଏବଂ ସିରିଆର ଲୋକଙ୍କ ସହ ଘଟିଥିବା ଏହି ଦୁର୍ଘଟଣାରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଦୁଃଖ ପ୍ରକାଶ କରିଛନ୍ତି।

ପ୍ରିୟଙ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତୁର୍କୀ ଏବଂ ସିରିଆର ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଉଦ୍ଧାରକାରୀ ଟିମ୍‌ ଭୁଶୁଡି ପଡିଥିବା କୋଠା ତଳୁ ଉଦ୍ଧାର କରୁଥିବା ନଜର ଆସିଛନ୍ତି। ଏହି ଦୃଶ୍ୟ ବାସ୍ତବରେ ହୃଦୟ ବିଦାରକ। ଏଥି ସହିତ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଭିଡିଓ ଶେୟାର କରି ଲେଖିଛନ୍ତି। ଭୂକମ୍ପର ଏକ ସପ୍ତାହ ପରେ ମଧ୍ୟ ତୁର୍କୀ ଏବଂ ସିରିଆର ଲୋକଙ୍କ ପାଇଁ ଯନ୍ତ୍ରଣା ଜାରି ରହିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରକୃତିର କ୍ରୋଧ କାହାକୁ ରକ୍ଷା କରେ ନାହିଁ କିନ୍ତୁ ଆମେ ସମସ୍ତେ ସାହାଯ୍ୟ କରିପାରିବା ଆଶା କରୁଛି ଯେକୌଣସି ପ୍ରକାରେ ସମସ୍ତେ ସାହାର୍ଯ୍ୟ କରିବେ।

Share