ହଲିଉଡ୍ ଅନୁଭୁତି କହିଲେ ଦେଶୀଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ବି ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ତାଙ୍କର ପୁସ୍ତକ ‘ଅନଫିନିସ୍‌ଡ’ ଲଞ୍ଚ କରିଛନ୍ତି । ଆଉ ଏହି ପୁସ୍ତକକୁ ଭଲ ରେସପନ୍ସ ମିଳିଛି । ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ହଲିଉଡ୍ ଅନୁଭୁତି ବଖାଣିଛନ୍ତି । ସେ କହିଛନ୍ତି ହଲିଉଡ୍ ଏଣ୍ଟରଟେନମେଣ୍ଟ ଦୁନିଆରେ ଖୁବ୍ କମ୍ କଳାକାର ଶ୍ୟାମଳ ବର୍ଣ୍ଣର ହୋଇ ଥାଆନ୍ତି । ଯେଉଁମାନଙ୍କୁ ଆମେ ଆଙ୍ଗୁଠିରେ ଗଣି ଦେଇ ପାରିବା । ହେଲେ ଆମେ ଯେତେବେଳେ ଆମ ନୂଆ ସମ୍ଭାବନାକୁ ଖୋଜୁଥାଉ ସେତେବେଳେ ଆମରି ଲୋକ ହିଁ ଆମକୁ ନକରାତ୍ମକ କଥା କହିଥାଆନ୍ତି । ଯାହା ମୋତେ ସାମ୍ନା କରିବାକୁ ପଡିଛି । ସେ କହିଛନ୍ତି ହଲିଉଡ୍‌ରେ ପ୍ରବେଶ କରିବା ସମୟରେ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ଭଳପାଇବା ମିଳିଥିଲା କିନ୍ତୁ ନିଜର ଲୋକଙ୍କଠାରୁ ନେଗେଟିଭିଟି ବା ନକରାତ୍ମକ କଥା ଶୁଣିବାକୁ ମିଳିଥିଲା । ୨୦୧୫ରେ ସେ ଯେତେବେଳେ ହଲିଉଡ୍‌ରେ ‘କ୍ୱାଣ୍ଟିକୋ’ରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ସେ ଅନୁଭବ କରିଥିଲେ କି ହଲିଉଡ୍‌ରେ ପ୍ରବେଶ କାରିବାକୁ ହେଲେ ସେଠାରେ କେତେଜଣଙ୍କୁ ଭାରତୀୟ ଆଦୌ ପସନ୍ଦ ନୁହନ୍ତି । ବିଶେଷ କରି ମେନଷ୍ଟ୍ରିମ ନାୟକ ବା ନାୟିକା ଇଣ୍ଡିଆନ ହେବା ସହଜରେ ଗ୍ରହଣୀୟ ହୋଇ ନ ଥାଏ । ଯାହାହେଉ ବହୁ ଘାତ ପ୍ରତିଘାତକୁ ସାମ୍ନା କରିଥିବା ପ୍ରିୟଙ୍କା ଏବେ ହଲିଉଡ୍‌ରେ ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ପ୍ରିୟଙ୍କା ଲଣ୍ଡନରେ ‘ଟେକ୍ସଟ ଫର୍ ୟୁ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Share