ବେବି ରୁମ୍‌ର ପ୍ରଥମ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ୍‌ ଆଜିକାଲି ମାତାପିତା ହେବାର ସୌଭାଗ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ସରୋଗେସି ମାଧ୍ୟମରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥିପାଇଁ ଏହି ଦମ୍ପତି ବହୁତ ଖୁସି ଅଛନ୍ତି। ଏସବୁ ମଧ୍ୟରେ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲସ୍‌ ଆଞ୍ଜେଲସ ଘରର କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍‌ଙ୍କ ସହ ସେଲ୍‌ଫି ନେଉଥିବାବେଳେ ତାଙ୍କ ବେବି୍‌ ରୁମ୍‌ର ପ୍ରଥମ କ୍ଲିକ୍‌ ବି କରିଛନ୍ତି।

ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, କ୍ୟାପଶନରେ ଲିପ୍‌ ଇମୋଜି ସହିତ ‘ଫଟୋ ଡମ୍ପ୍‌’ ବୋଲି ଲେଖିଛନ୍ତି। ମୋଟ୍‌ ୬ଟି ଫଟୋ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ପ୍ରିୟଙ୍କା ଏକ ଲାଲ୍‌ ରଙ୍ଗର ଡ୍ରେସ୍‌ରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତ। ଦ୍ୱିତୀୟରେ ଜଳଖିଆ ପ୍ଲେଟ୍‌, ତୃତୀୟ ଫଟୋରେ ନିକ୍‌ଙ୍କ ସହ ପୋଜ କରୁଥିବା ଦେଖିବାକୁ ମିଳିଛି। ସେହିପରି ୪ର୍ଥ ଫଟୋରେ ନିଜ ଶିଶୁ ରୁମ୍‌ ରହିଛି। ଯେଉଁଥିରେ ଏକ ଟେବୁଲ ଉପରେ ଏକ ଟେଡି ବିୟର ରଖାଯାଇଛି। ଏହା ପରେ ସେ ତାଙ୍କ କୁକୁରର ଫଟୋ ମଧ୍ୟ ଶେୟାର କରିଛନ୍ତି।

ଫଟୋଗୁଡ଼ିକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଅନେକ ୟୁଜର ଏହା ଉପରେ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବହୁତ ସୁନ୍ଦର ଆଇଡିଆ। ଅନେକ ୟୁଜର ପ୍ରିୟଙ୍କା ଏବଂ ନିକ୍‌ଙ୍କୁ ଶୁଭେଚ୍ଛା ବି ଜଣାଇଛନ୍ତି।

Share