ବଲିଉଡ୍ ପରେ ହଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ପ୍ରଶଂସକଙ୍କ ସହ ସେ ତାଙ୍କ ନୂଆ ଲୁକ୍ର ଫଟୋ ପ୍ରାୟତଃ ଶେୟାର କରିଥାନ୍ତି। ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ଫଟୋ ଶେୟାର କରିଛନ୍ତି, ଯାହା ଭାଇରାଲ ହେଉଛି। ଏହି ୨୨ ବର୍ଷ ପୁରୁଣା ବିକିନି ପିନ୍ଧା ଫଟୋରେ ପ୍ରିୟଙ୍କା ବୋଲ୍ଡ ନଜର ଆସିଛନ୍ତି। ଏହି ଫଟୋଟି ୨୦୦୦ ମସିହାର ବୋଲି ସେ ପୋଷ୍ଟ ମାଧ୍ୟମରେ ଲେଖିଛନ୍ତି।
ପ୍ରିୟଙ୍କାଙ୍କ ଏହି ଫଟୋରେ ପ୍ରଶଂସକଙ୍କ ସହ ଅଧିକାଂଶ ସେଲିବ୍ରିଟିମାନେ କମେଣ୍ଟ ଦେଇଛନ୍ତି। ପ୍ରିୟଙ୍କାଙ୍କ ଏହି ହଟ ଅବତାର ଦେଖି ସ୍ବାମୀ ନିକ୍ ଜୋନାସ ମଧ୍ୟ ଫିଦା ହୋଇଯାଇଛନ୍ତି। ସେ ଏକ ‘ଫାୟାର୍’ ଇମୋଜି ଦେଇଛନ୍ତି।
ପ୍ରିୟଙ୍କା ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଇଟ୍ସ ଅଲ କମିଙ୍ଗ ବ୍ୟାକ ଟୁ ମି’ରେ ନଜର ଆସିବେ। ଅନ୍ୟପକ୍ଷରେ, ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୟ କରୁଛନ୍ତି।