ଟ୍ରାନ୍ସପରେଣ୍ଟ ଡ୍ରେସରେ ଫଟୋ ଶେୟାର କଲେ ପ୍ରିୟଙ୍କା: ଏମିତି କମେଣ୍ଟ ଦେଲେ ହ୍ରିତିକ୍‌

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଗତ ମାସରେ ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ’ଅନ୍‌ଫିନିଷ୍ଟ’ ଉନ୍ମୋଚିତ ହୋଇଛି। ଯାହା ଖୁବ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବନ୍ଧୁ ଏବଂ ବଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କ ପୁସ୍ତକକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କର ଫଟୋଶୁଟ୍‌ ଏବଂ ଲୁକ୍‌ ଯୋଗୁ ଚର୍ଚ୍ଚାରେ ଅଛନ୍ତି।

ପ୍ରିୟଙ୍କା ନିକଟରେ ଏକ ପତ୍ରିକା ପାଇଁ ଫଟୋଶୁଟ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ନିଜେ ପ୍ରଶଂସକଙ୍କ ପାଇଁ ଏହା ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଟ୍ରାନ୍ସପରେଣ୍ଟ ପୋଷାକରେ ନଜର ଆସିଛନ୍ତି। ଏହା ସହିତ ସେ ଏକ ମଜାଦାର କ୍ୟାପଶନ ମଧ୍ୟ ଲେଖିଛନ୍ତି, ଯାହା ଦେଖିବା ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ଆୟୁଷ୍ମାନ ଖୁରାନା କମେଣ୍ଟ ନ ଦେଇ ରହି ପାରି ନାହାନ୍ତି।

ଫଟୋ ଶେୟାର କରିବାବେଳେ ସେ କ୍ୟାପଶନରେ ଲେଖିଥିଲେ, ‘ତୁମେ ମୋ ସହ ଖେଳିବାକୁ ଚାହୁଁଛ କି?’ କମେଣ୍ଟ ଦେଇ ହ୍ରିତିକ ରୋଶନ ଲେଖିଛନ୍ତି, ‘ହା ହା, ବହୁତ ଭଲ’। ଏଥି ସହିତ ଆୟୁଷ୍ମାନ ଖୁରାନା ମଧ୍ୟ ପ୍ରିୟଙ୍କାଙ୍କ ଫଟୋ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଫାୟାର ଇମୋଜି ଦେଇଛନ୍ତି।

Share