ଭଉଣୀଙ୍କ ବିବାହରେ ସାମିଲ ହେବେନି ପ୍ରିୟଙ୍କା! ପରିଣୀତିଙ୍କ ପାଇଁ କଲେ ଖାସ୍‌ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ରବିବାର ଅର୍ଥାତ୍‌ ସେପ୍ଟେମ୍ବର ୨୪ରେ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିବାହର ରୀତିନୀତି ଆରମ୍ଭ ହୋଇଯାଇଛି। ବିବାହରେ ଯୋଗଦେବା ପାଇଁ ସମସ୍ତ ସମ୍ପର୍କୀୟ ଉଦୟପୁରରେ ପହଞ୍ଚିଛନ୍ତି। ଜଣେ ଅଛନ୍ତି ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ଏବଂ ସେ ହେଉଛନ୍ତି ପରିଣୀତିଙ୍କ ମିମି ଦି ଅର୍ଥାତ୍‌ ପ୍ରିୟଙ୍କା ଚୋପ୍ରା। ବିବାହରେ ଯୋଗଦେବା ପାଇଁ ପ୍ରିୟଙ୍କା ଏ ପର୍ଯ୍ୟନ୍ତ ଭାରତ ଆସିନାହାଁନ୍ତି। ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ତାଙ୍କ ସାନ ଭଉଣୀକୁ ଅଭିନନ୍ଦନ ଜଣାଇଛନ୍ତି। ଯାହା ପରେ କୁହାଯାଉଛି ଯେ ପ୍ରିୟଙ୍କା ବିବାହ ଉତ୍ସବରେ ଯୋଗଦେବାକୁ ଯାଉନାହାଁନ୍ତି ଏବଂ ସେ ବର୍ତ୍ତମାନ ଆମେରିକାରେ ଅଛନ୍ତି।

ପ୍ରିୟଙ୍କା ତାଙ୍କ ଇନଷ୍ଟା ଷ୍ଟୋରୀ ପରିଣୀତିଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତ। ଭଉଣୀଙ୍କ ଫଟୋ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମୁଁ ଆଶା କରେ ତୁମେ ତୁମର ବଡ ଦିନରେ ଖୁସି ଏବଂ ସନ୍ତୁଷ୍ଟ ହେବ…ଢେର ସାରା ଭଲ ପାଇବା।
ପ୍ରିୟଙ୍କାଙ୍କ ପୋଷ୍ଟ ପରେ ପରିଣୀତଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସେ ଉଦୟପୁରକୁ ଆସିପାରିବେ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ଖବର ଅନୁଯାୟୀ, ପ୍ରିୟଙ୍କା ତାଙ୍କ ଝିଅ ମାଳତୀଙ୍କ ସହ ବିବାହ ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଥିଲା। ନିକ ଜୋନାସ ମଧ୍ୟ ଆସିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି।

Share