‘ନିକ ଜୋନାସଙ୍କ ସ୍ତ୍ରୀ’ କହିବାରୁ ପ୍ରବଳ ରାଗିଗଲେ ପ୍ରିୟଙ୍କା

ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌କୁ ହଟାଇ ଦେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ କୁହାଯାଉଥିବାରୁ ସେ ରାଗିଯାଇଛନ୍ତି। ସେ ଇନଷ୍ଟାଗ୍ରାମରେ କିଛି ନ୍ୟୁଜ ସ୍କ୍ରିନସଟ ଶେୟାର କରିଛନ୍ତି,ଯେଉଁଥିରେ ତାଙ୍କୁ ‘ନିକ ଜୋନାସଙ୍କ ସ୍ତ୍ରୀ’ ବୋଲି ସମ୍ବୋଧିତ କରାଯାଇଥିଲା। ତାଙ୍କ ବାୟୋରେ ଆଇଡିଏମ୍‌ବି ଯୋଡିବା ଉଚିତ କି। ମହିଳାମାନଙ୍କୁ କିପରି ଏହିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।
ପ୍ରିୟଙ୍କା ଚୋପ୍ରାଙ୍କ ଦ୍ୱାରା ଶେୟାର ହୋଇଥିବା ସ୍କ୍ରିନସଟରେ ଲେଖଯାଇଛି, ନିକ ଜୋନାସଙ୍କ ସ୍ତ୍ରୀ ଗୁଡ ମର୍ନିଂ ଆମେରିକା ଶୋ’ରେ ମ୍ୟାଟ୍ରିକ୍ସ ଚଳଚ୍ଚିତ୍ରର ସହ-ତାରକା କିଆନୁ ରିଭସଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ।ଏନେଇ ପ୍ରିୟଙ୍କା କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ସବୁଠୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ ପାଇଁ ପ୍ରଚାର କରୁଛି ଏବଂ ମୋତେ ଏବେ ବି ‘ନିକ ଜୋନାସଙ୍କ ସ୍ତ୍ରୀ’ ବୋଲି ଦର୍ଶାଯାଉଛି।
ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ମୋଷ୍ଟ ଆଡମିଟେଡ ମହିଳା -୨୦୨୧ ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଥିବା ପ୍ରିୟଙ୍କା ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତ୍ରୀ। ଗତ ବର୍ଷ ଏହି ତାଲିକାରେ ସେ ୧୫ ନମ୍ବରରେ ଥିଲେ। କିନ୍ତୁ ତାଙ୍କର ର଼୍ୟାଙ୍କିଙ୍ଗ ବୃଦ୍ଧି କରି ସେ ଚଳିତ ବର୍ଷ ଦଶମ ସ୍ଥାନ ହାସଲ କରିଛନ୍ତି। ଏହି ସର୍ଭେରେ ୩୮ ଟି ଦେଶରୁ ମୋଟ ୪୨,୦୦୦ ଲୋକ ସାମିଲ ହୋଇଥିଲେ।
ନିକଙ୍କୁ ବିବାହ କରିବା ପରେ ପ୍ରିୟଙ୍କା ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରାରୁ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ନାମ ପରିବର୍ତ୍ତନ କରିଥିଲେ। କିନ୍ତୁ ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ବାୟୋରୁ ସ୍ବାମୀ ନିକ ଜୋନାସଙ୍କ ସରନେମ୍‌ ହଟାଇ ଦେଇଛନ୍ତି, ଏହା ପରେ ପ୍ରିୟଙ୍କା ଏବଂ ନିକଙ୍କ ଛାଡପତ୍ରକ୍‌ୁ ନେଇ ଚର୍ଚ୍ଚା ହୋଇଥିଲା।

Share