ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍ ଆଜି ଦ୍ୱିତୀୟ ପ୍ରପୋଜାଲ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିକ୍ଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଏକ ପ୍ରେମ ଭରା ମେସେଜ୍ ଲେଖିଛନ୍ତି। ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ ତୁମେ ମୋତେ ବିବାହ ପାଇଁ ପଚାରିଥିଲ। ସେତେବେଳେ ମୁଁ ସମ୍ପୂର୍ଣ୍ଣ ଚୁପ୍ ହୋଇଯାଇଥିଲି। ସେବେଠାରୁ ଆଜି ପର୍ଯ୍ୟନ୍ତ ତୁମ ସହ ପ୍ରତ୍ୟେକ ମୁହୂର୍ତ୍ତକୁ ହଁ କହିଚାଲିଛି। ପ୍ରତ୍ୟେକ ସମୟ ମୋ କଥା ଚିନ୍ତା କରୁଥିବାରୁ ଧନ୍ୟବାଦ। ମୁଁ ଦୁନିଆର ସବୁଠୁ ଭାଗ୍ୟବାନ ଝିଅ। ଆଇ ଲଭ୍ ୟୁ ବୋଲି ପ୍ରିୟଙ୍କା ମେସେଜରେ କହିଛନ୍ତି। ୨୦୧୭ରେ ମେଟ୍ ଗାଲାରେ ପ୍ରିୟଙ୍କା ଏବଂ ନିକ୍ ପରସ୍ପରକୁ ଭେଟିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। ୨୦୧୮ ଜୁଲାଇ ୨୦ରେ ପ୍ରିୟଙ୍କାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ନିକ୍। ୨୦୧୮ ଡିସେମ୍ବର ୧ ଏବଂ ୨ରେ ଉଭୟ ବିବାହ କରିଥିଲେ।
https://www.instagram.com/p/CC2Cwi9DF-h/?utm_source=ig_web_copy_link