ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ

ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି। ବଲିଉଡ୍‌ର ଏମିତି ଅନେକ ଦମ୍ପତି ରହିଛନ୍ତି ଯେଉଁମାନେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟତମ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌। ଅନେକ ଥର ପ୍ରିୟଙ୍କା ନିଜ ପାର୍ଟନର ନିକ୍‌ଙ୍କ ବିଷୟରେ ଅଜବ କଥା କହିଛନ୍ତି। ଯାହାକୁ ଶୁଣିବା ପରେ ଆମେ ନିଜ ହସକୁ ସମ୍ଭାଳିପାରି ନ ଥାଉ।
ନିକ୍‌ ଶୋଇ ଉଠିବା ପରେ ପ୍ରଥମେ କ’ଣ କରିଥାନ୍ତି ସେ ବିଷୟରେ ପ୍ରିୟଙ୍କା ଏକଦା କହିଥିଲେ। ସେ କହିଥିଲେ ଯେ, ନିକ୍‌ ତାଙ୍କପ୍ରତି ସବୁବେଳେ ଆକର୍ଷିତ ରହିଥାନ୍ତି। ପ୍ରତିଦିନ ସକାଳୁ ଉଠିବା ପରେ ନିକ୍‌ ସର୍ବପ୍ରଥମେ ପ୍ରୟଙ୍କାଙ୍କ ମୁହଁ ଦେଖିଥାନ୍ତି। ଏହାପରେ ସେ ମଜାକ୍‌ରେ କୁହନ୍ତି, ରୁହ, ମୁଁ ଟିକେ ମେକ୍‌ଅପ୍‌ କରିନିଏ ବୋଲି ପ୍ରିୟଙ୍କା କହିଥିଲେ।

Share