ଷ୍ଟିଫେନଙ୍କ ପାଇଁ ଏମିତି ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସ୍‌ ୪୦ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ନିଜେ ତାଙ୍କ ମୁଣ୍ଡକୁ ଗୁଳି କରି ଗତ ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଏହି ଆତ୍ମହତ୍ୟା ନେଇ ବନ୍ଧୁ ଏବଂ ପରିବାରବର୍ଗ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଷ୍ଟିଫେନ ଆତ୍ମହତ୍ୟା ପୂର୍ବରୁ ଏକ ନୋଟ୍‌ ମଧ୍ୟ ଛାଡିଛନ୍ତି। ଯଦିଓ ସେ ନୋଟ୍‌ରେ ଆତ୍ମହତ୍ୟା କରିବାର କାରଣ ଲେଖିନାହାନ୍ତି। ଏହି ଘଟଣାର ତଦନ୍ତ ପୋଲିସ କରୁଛି। ତାଙ୍କ ମୃତ୍ୟୁକୁ ଆଜି ବି କେହି ଗ୍ରହଣ କରିପାରୁନାହାନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏନେଇ ଏକ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ଷ୍ଟୋରୀରେ ଶନିବାର ଡିଜେଙ୍କ ଫଟୋ ଶେୟାର କରି ଏକ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଲେଖିଛନ୍ତି।

ସେ ଷ୍ଟିଫେନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଷ୍ଟିଫେନଙ୍କ ଏକ କଳାଧଳା ଫଟୋ ଶେୟାର କରି ସେ ଲେଖିଛନ୍ତି,ଏବେ ବି ଏହାକୁ ବିଶ୍ୱାସ କରି ହେଉନାହିଁ। ତୁମେ ଦୁନିଆକୁ ବହୁତ କିଛି ଦେଇଛ।

Share