ପ୍ରିୟଙ୍କା ଶେୟାର କଲେ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ତାଙ୍କ ଅଗାମୀ ଫିଲ୍ମ ସୁପରହିରୋ ଡ୍ରାମା: ‘ଉଇ କ୍ୟାନ ବି ହିରୋଜ’ର ଫାଷ୍ଟ ଲୁକ୍ ଶେୟାର କରିଛନ୍ତି । ଜାନୁୟାରୀ ୧, ୨୦୨୧ରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇପାରେ ବୋଲି ବି ସେ ସୂଚନା ଦେଇଛନ୍ତି । ଏହି ଫିଲ୍ମଟି ରୋବର୍ଟ ରୋଡ୍ରକ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ କଳାକାରମାନଙ୍କ ମଧ୍ୟରେ ରହିଛନ୍ତି ପେଡ୍ରୋ ପାସ୍କଲ, କ୍ରିଶ୍ଚିୟନ ସ୍ଲେଟର ଓ ବାୟଡ କୋଲୋକକ । ପ୍ରିୟଙ୍କାଙ୍କ ଏହି ହଲିଉଡ୍ ମୁଭି ବେୱାଚ ଭଳି ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଇଛି । କାରଣ ଅଭିନେତ୍ରୀ ଏଥିରେ ସବୁଥର ଭଳି ଏକ ଶକ୍ତିଶାଳୀ ଭୂମିକାରେ ନଜର ଆସୁଛନ୍ତି । ‘ଉଇ କ୍ୟାନ ବି ହିରୋଜ’ର ସବୁଠାରୁ ଭଲ ପରଫରମାନ୍ସରେ ଏବେ ନଜର ଆସିଛନ୍ତି ପ୍ରିୟଙ୍କା । ହଲିଉଡ୍ ଅଭିନେତ୍ରୀ ଫିଲ୍ମର ଫାଷ୍ଟ ଲୁକ୍ ଶେୟାର କରିବା ସହ ଫିଲ୍ମ ସମ୍ପର୍କରେ ଥିବା ତାଙ୍କ ରୋମାଞ୍ଚକର ଅନୁଭୁତି ମଧ୍ୟ ଶେୟାର କରିଛନ୍ତି ।

 

Share