Advertisement

କୋରାପୁଟ ସୌନ୍ଦର୍ଯ୍ୟ ଦେଖି ବିମୁଗ୍ଧ ହେଲେ ପ୍ରିୟଙ୍କା ଚୋପ୍ରା: କହିଲେ ଏମିତି କଥା…

ଭୁବନେଶ୍ୱର,୨୦।୩: କୋରାପୁଟ ତଳମାଳିରେ ଚାଲିଥିବା ଫିଲ୍ମ SSMB 29 ର ଶୁଟିଂ ସାରି ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଯାଇଛନ୍ତି। ୧୫ ଦିନ ରହଣି ପରେ ଫେରିବା ପୂର୍ବରୁ ପ୍ରିୟଙ୍କା ସାଙ୍ଗରେ ନେଇଯାଇଛନ୍ତି କୋରାପୁଟ ପିଜୁଳି। ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ସହିତ ପିଜୁଳି କିଣିବା ପଛର କାହାଣୀ ମଧ୍ୟ ସେ କହିଛନ୍ତି।

ଏକ ଭିଡିଓ ପୋଷ୍ଟ କରି ପ୍ରିୟଙ୍କା କହିଛନ୍ତି, ”ମୁଁ ଯେତେବେଳେ ବିଶାଖାପାଟଣା ଏୟାରପୋର୍ଟ ଯାଉଥିଲି, ସେଠାରୁ ନ୍ୟୁୟର୍କ ଫ୍ଲାଇଟ ଧରିବା ପାଇଁ, ସେତେବେଳେ ବାଟରେ ଜଣେ ମହିଳା ପିଜୁଳି ବିକ୍ରି କରୁଥିବାର ମୁଁ ଦେଖିଥିଲି…ମୁଁ ସେଠାରେ ଅଟକି କେତେ ଟଙ୍କା ବୋଲି ପଚାରିଲି ସେ ମୋତେ ୫୦ ଟଙ୍କା ବୋଲି କହିଲେ…ମୁଁ ତାଙ୍କୁ ୨୦୦ ଟଙ୍କା ଦେଲି…ସେ ମୋତେ ବଳକା ଟଙ୍କା ଫେରାଇବାକୁ ଚାହୁଁଥିଲେ… ମୁଁ କିନ୍ତୁ ତାଙ୍କୁ ମନା କଲି..ତେବେ ଟ୍ରାଫିକ ରେଡ୍ ଲାଇଟ ଗ୍ରୀନ ହେବା ବେଳକୁ ମହିଳା ଜଣକ ଆଉ ୨ ଟି ପିଜୁଳି ମୋତେ ଦେଇଦେଲେ…।”

ତେବେ SS Rajamouli ଙ୍କ ନିର୍ଦ୍ଦେଶିତ SSMB 29 ଫିଲ୍ମର ଶୁଟିଂ କୋରାପୁଟରେ ଶେଷ ହୋଇଛି। ଯେଉଁଥିରେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ଅଛନ୍ତି। ଚଳିତ ମାସର ଆରମ୍ଭରେ, ନିର୍ଦ୍ଦେଶକ ଏବଂ ତାଙ୍କ ଦଳ ତିନି ଅଭିନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ସୁଟିଂ କରିବାକୁ ଓଡ଼ିଶା ଆସିଥିଲେ।

ସୁଟିଂ ସମୟରେ, ମହେଶ ବାବୁ ଏବଂ ପୃଥ୍ୱୀରାଜଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଲିକ୍ ହୋଇ ଭାଇରାଲ ହୋଇଥିଲା। ପରେ ନିର୍ମାତାମାନେ କାର୍ଯ୍ୟାନୁଷ୍ଠାନ ନେଇ ଏକ୍ସରେ ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଥିଲେ, କିନ୍ତୁ ଏହା ପୂର୍ବରୁ କ୍ଷତି ପହଞ୍ଚାଇ ସାରିଥିଲା। ପରେ, ରାଜାମୌଲି ଏବଂ ଦଳ ଅଧିକ ଲିକ୍ ଏଡାଇବା ପାଇଁ ସେଟରେ କଠୋର ପଦକ୍ଷେପ ଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share