ଝିଅ ମାଳତି ସହ ଆନିମଲ ପାର୍କରେ ଏଞ୍ଜୟ କରୁଛନ୍ତି ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ସିଙ୍ଗର ନିକ ଜୋନାସ ତାଙ୍କ ଝିଅ ମାଳତି ମେରିଙ୍କର ଭଳ ମାତାପିତା। ଗତବର୍ଷ ଜାନୁୟାରୀରେ ଏହି ଯୋଡି ମାଳତିଙ୍କୁ ସ୍ବାଗତ କରିଥିଲେ। ଆଉ ଏମାନେ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କ ନହ୍ନି ପରି ମାଳତିଙ୍କ ଫଟୋ ଓ ଭିଡିଓ ସେୟାର କରି ଆସୁଛନ୍ତି। ପ୍ରିୟଙ୍କା ତାଙ୍କ ଝିଅ ସହ ବିତାଇଥିବା ମୂଲ୍ୟବାନ ସମୟର ଡକ୍ୟୁମେଣ୍ଟେସନ କରିବାକୁ ପସନ୍ଦ କରି ଥାଆନ୍ତି। ଶନିବାର ସକାଳେ ପିସି ତାଙ୍କ ଇନଷ୍ଟାଗ୍ରାମରେ ମାଳତିଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ପ୍ରଶଂସକଙ୍କୁ ‘ଫାର୍ମ ଲାଇଫ’ର ଆନନ୍ଦ ନେଉଥିବା ଏକ ଝଲକ ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ପ୍ରିୟଙ୍କା ସେୟାର କରିଥିବା ଭିଡିଓରେ ପ୍ରିୟଙ୍କା ଚୋପ୍ରା ପ୍ରଥମେ ମାଳତିଙ୍କୁ ଧରି କ୍ଷେତରେ ବୁଲୁଥିବାର ନଜର ଆସିଛନ୍ତି। ଏହା ପରେ ପ୍ରିୟଙ୍କା ନଇଁ ପଡିଥିବା ବେଳେ ଏବଂ ତାଙ୍କ ପିଠିରେ ବସିବା ପାଇଁ ଗୋଟିଏ ଛେଳିକୁ ପ୍ରସ୍ତୁତ କରାଯାଉଥିବା ଦେଖାଯାଏ। କ୍ୱାଣ୍ଟିକୋ ଅଭିନେତ୍ରୀଙ୍କ ମୁହଁରେ ଖୁସି ଦେଖିବାକୁ ମିଳେ ଏବଂ ସେ ଫାର୍ମରେ ବହୁତ ଭଲ ସମୟ କଟାଇଥିବା ଅନୁଭବ କରାଯାଏ। ଏହି ସମୟରେ ପିସି ଏକ ଖାଲି ଧଳା ସାର୍ଟ ଏବଂ ବେଜ ପ୍ୟାଣ୍ଟ ଏବଂ ଏକ ନୀଳ ବେସବଲ କ୍ୟାପରେ ଦେଖାଯାଏ। ଏହା ପରେ ମାଲତି କ୍ଷେତରେ ଥିବା ପଶୁମାନଙ୍କୁ ଦେଖୁଥିବାର ଦେଖାଯାଏ। ସେ ଏକ ସୁନ୍ଦର ନୀଳ ଏବଂ ନାଲି ଫୁଲ ସ୍ଲିଭ ଜମ୍ପସୁଟ ପିନ୍ଧିଛନ୍ତି। ନିକ ଜୋନାସଙ୍କ ଭାଇ ଫ୍ରାଙ୍କଲିନ ଜୋନାସ ମଧ୍ୟ ତାଙ୍କ ସହ ନଜର ଆସିଥିଲେ ଏବଂ ଭିଡିଓରେ କିଛି ପକ୍ଷୀ ଧରିଥିବାର ନଜର ଆସିଛନ୍ତି।
ପ୍ରିୟଙ୍କା ଏଡି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି, ହମାରେ ପସନ୍ଦିତା ଚାଚା @franklinjonas ଙ୍କ ସହ ଖୁସି @kfar_saba_urban_farmରେ ଫାର୍ମ ଲାଇଫ ବହୁତ ମଜାଦାର। ମିସ ଲିମୋରେ, #ବକରିକୁ ଧନ୍ୟବାଦ।

Share