ସଡ଼କରେ ବୋତଲ ଧରି ବୁଲୁଛନ୍ତି ପ୍ରିୟଙ୍କା!

ମୁମ୍ବାଇ: ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କାରଣକୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡିଆର ଚର୍ଚ୍ଚାରେ ଆସି ଯାଇଥାଆନ୍ତି । ଏବେ ଏହି ଅଭିନେତ୍ରୀ ସ୍ପେନରେ ତାଙ୍କର ଆଗାମୀ ୱେବ ସିରିଜ ‘ସିଟାଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପିସି ବ୍ୟସ୍ତ ସମୟ ମଧ୍ୟରୁ କିଛି ଅଳ୍ପ ସମୟ ବାହାର କରି ନିଜର କିଛି ଫଟୋ ଓ ଭିଡିଓ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି । ଯେଉଁଥିରେ ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ ହୁଏ ବୋଲି ସେ ବୋଧହୁଏ ବୁଝି ନେଇଛନ୍ତି । ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ସ୍ପେନର ସଡ଼କରେ ବୁଲାବୁଲି କରୁଥିବା ଦେଖାଯାଇଛି । ଏବେ ସେ ଏମିତି ଏକ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଯଦି ଆପଣ ଆଗକୁ ବଢି ପାରୁ ନାହାନ୍ତି ତେବେ ପଛରେ ପଡିଯାଇ ପାରନ୍ତି । ଏଥିରେ ଅଭିନେତ୍ରୀଙ୍କ ଷ୍ଟଟିଂ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । ଫଟୋରେ ଅଭିନେତ୍ରୀ କୋର୍ଡ ଟି ସର୍ଟ ସହ ହ୍ୱାଇଟ ବ୍ଲୁ ସ୍ୟାଡେଡ ସର୍ଟ ପନ୍ଧିଛନ୍ତି । କେଶ ଖୋଲା ରଖିବା ସହ ହାତରେ ଏକ ଖାଲି ବୋତଲ ଧରି ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଲକ୍ଷ୍ୟ କରିଥିବା ଦେଖାଯାଇଛି । ଏହି ଫଟୋରେ ପିସି ଷ୍ଟଣ୍ଟିଙ୍ଗ ଲାଗୁଛନ୍ତି । ଆଉ ତାଙ୍କ ଚେହେରାର ଏକ୍ସପ୍ରେଶନ କମାଲ କରୁଛି । ଏହା ପୂର୍ବରୁ ବି ପିସି ସ୍ପେନ ସଡ଼କ ଉପରେ ମା’ଙ୍କ ସହ ବୁଲୁ ଥିବାର କିଛି ଫଟୋ ଶେୟାର କରିଥିଲେ । ଚଳିତ ଭ୍ୟାକେଶନରେ ସେ ତାଙ୍କ ଅତି କ୍ଲୋଜଫେ୍‌୍ରଣ୍ଡ ସର୍କଲଙ୍କ ସହ କାଟିବେ ବୋଲି କହିଛନ୍ତି ।

 

Share