ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍‌ କେତେ ଜାଣନ୍ତି

ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ ନିକ ଜୋନାସ ମଧ୍ୟ ପପ ଗାୟକ ଏବଂ ହଲିଉଡ ଅଭିନେତା। ଉଭୟଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ନିକ୍‌ ନିର୍ବନ୍ଧରେ ପ୍ରିୟଙ୍କାଙ୍କୁ ଏମ ଦାମୀ ମୁଦି ପିନ୍ଧାଇ ଥିଲେ। ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏହାର ମୂଲ୍ୟ ପ୍ରକାଶ କରିଛନ୍ତି। ତାଙ୍କ ନିର୍ବନ୍ଧ ମୁଦିର ମୂଲ୍ୟ ୨.୧ କୋଟି ଟଙ୍କା। ନିକ ଜୋନାସ ତାଙ୍କ ସାଙ୍ଗମାନଙ୍କ ସାହାଯ୍ୟରେ ଏହି ମୁଦି କିଣିଥିଲେ। ନିକ ଏକ ସାକ୍ଷାତକାରରେ କହିଥିଲେ ଯେ ଥରେ ପ୍ରିୟଙ୍କା ତାଙ୍କୁ କହିଥିଲେ ଯେ ମୁଦି ଟିଫାନି ହେବା ଉଚିତ୍‌। କାରଣ ତାଙ୍କ ବାପାଙ୍କ ସହିତ ଏହାର ଏକ ବିଶେଷ ସମ୍ପର୍କ ଥିଲା। ତେଣୁ ସାଙ୍ଗମାନଙ୍କୁ ଡାକି ଟିଫାନୀଙ୍କ ଷ୍ଟୋରର୍କ ଯାଇ ପ୍ରିୟଙ୍କାଙ୍କ ପାଇଁ ମୁଦିକୁ ସେ କିଣିଥିଲେ। ପରେ ପ୍ରିୟଙ୍କା ଏହି ମୁଦି ଦେଖି ତାଙ୍କ ଜୀବନର ଏହା ଶ୍ରେଷ୍ଠ ଉପହାର ବୋଲି କହିଥିଲେ।

Share