ବିଦେଶରେ ଦେଶୀ ଅନ୍ଦାଜରେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଆଉଟଫିଟକୁ ନେଇ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ଲସ ଆଞ୍ଜେଲସରେ ରହୁଥିଲେ ବି ଭାରତକୁ କେବେ ଭୁଲି ପାରି ନାହାନ୍ତି । ବିବାହ ପରେ ସେ ଦେଶ ଛାଡିଛନ୍ତି ସତ ହେଲେ ଦେଶର ମୋହ କେବେ ଭୁଲି ପାରି ନାହାନ୍ତି । ନିକଟରେ ସେ ହୋଲି ପାଳନ କରୁଥିବା କିଛି ଫଟୋ ଓ ଭିଡିଓ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥିଲେ ଯାହା ଅନେକଙ୍କୁ ବେଶ ପସନ୍ଦ ଆସିଥିଲା । ବିଦେଶରେ ରହିବି ସେଠାରେ ପିସି ନିଜ ଦେଶର ସବୁ ପର୍ବ ପାଳନ କରିଥାଆନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ପିସି ଏବେ କିଛି ଫଟୋ ଶେୟାର କରିଛନ୍ତି ଯାହା ଆସିଛି ଚର୍ଚ୍ଚାକୁ । ଏଥିରେ ବିଦେଶ ମାଟିରେ ଦେଶୀ ଲୁକରେ ନଜର ଆସିଛନ୍ତି ବଲିଉଡ ଦେଶୀ ଗର୍ଲ । ସେ ସାଲୱାର ଶୁଟରେ ଭିନ୍ନଭିନ୍ନ ପୋଜ ଦେଉଥିବା ଦେଖାଯାଇଛି । ଲେମନ ୟେଲୋ ଓ ହ୍ୱାଇଟ କଲର କଷ୍ଟୁମରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଅଭିନେତ୍ରୀ । ବ୍ୟାକଗ୍ରାଉଣ୍ଡ ବି ଖୁବ୍ ସୁନ୍ଦର ଅଛି । ଏହି ଫଟୋ ଶେୟାର କରିବା ସହ ସେ କ୍ୟାପଶନରେ ଲେଖିଛନ୍ତି, ଏବେ ଏବେ ସୂର୍ଯ୍ୟ ଉଦୟ ହୋଇଛନ୍ତି । ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ବି କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଦେଶୀ ଗର୍ଲ । ଆଉ ଜଣେ ଲେଖିଛନ୍ତି ଆମ ସନସାଇନ୍ । ବିଜି ନାୟିକା ପ୍ରିୟଙ୍କା ଖୁବଶୀଘ୍ର କ୍ୟାଟ୍ରିନା କୈଫ ଓ ଆଲିଆ ଭଟ୍ଟଙ୍କ ସହ ‘ଜି ଲେ ଜରା’ରେ ନଜର ଆସିବେ ।

Share