ପ୍ରିୟଙ୍କା ଲେଖିଲେ ‘ମିସ୍‌ ୟୁ ଡାଡ୍‌’

ବମ୍ବେ: ମାତାପିତାଙ୍କ ବିବାହବାର୍ଷିକୀରେ ଭାବବିହ୍ବଳ ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଖାସ୍‌ ଦିନରେ ବାପା ଅଶୋକ ଚୋପ୍ରାଙ୍କ ଅନୁପସ୍ଥିତି ତାଙ୍କୁ ଦୁଃଖ ଦେଇଛି। ୨୦୧୩ରେ କ୍ୟାନ୍‌ସର ସହ ଲଢ଼ି ଆର୍‌ ପାରିକୁ ଚାଲିଯାଇଥିଲେ ସେ। ଏବେ ପ୍ରିୟଙ୍କା ବାପାମା’ଙ୍କ ଏକ ପୁରୁଣା ଫଟୋକୁ ନିଜର ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏପରି ହିଁ ତୁମ ବିବାହବାର୍ଷିକୀକୁ ମୁଁ ମନେ ପକାଏ। ମିସ୍‌ ୟୁ ଡାଡ୍‌ ବୋଲି ପିସି ଲେଖିଛନ୍ତି।

କହିରଖୁଛୁ, ହଲିଉଡ୍‌ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରି ବେଶ ଖୁସିରେ ଅଛନ୍ତି ପିସି। ନିକଟରେ ସେ ସରୋଗେସୀ ଜରିଆରେ ମା’ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ସେ ପ୍ରଶଂସକଙ୍କୁ ଜଣାଇଥିଲେ। ଯାହା ବେଶ ଚର୍ଚ୍ଚାରେ ରହିଥିଲା।

Share