ପ୍ରିୟଙ୍କାଙ୍କ ଅନ୍ଧବିଶ୍ୱାସ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ୍‌ କରଣ’ର ସପ୍ତମ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜିନ୍‌ରେ କିଛି କଳାକାର ଶୋ’ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ଅନ୍ୟ କିଛି କଳାକାର ପୁଣିଥରେ ଶୋ’ରେ ଯୋଗ ଦେବେ। ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯିଏ କି ‘କଫି ୱିଥ କରଣ’ର ପ୍ରତ୍ୟେକ ସିଜିନରେ ଅଂଶଗ୍ରହଣ କରିଛନ୍ତି। ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା।
‘କଫି ୱିଥ କରଣ’ର ପଞ୍ଚମ ସିଜନରେ ପ୍ରିୟଙ୍କା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଶେୟାର କରିଥିଲେ। ଏପରିକି ସେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଥିବା କହିଥିଲେ। ଭଲ ଜିନିଷରେ ନଜର ଲାଗିଯାଏ। ଭଲ ଜିନିଷକୁ ସବୁବେଳେ ସମ୍ଭାଳି ରଖିବାକୁ ପଡିଥାଏ। ଏହି କାରଣରୁ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଖୁଲାସା କରିବାକୁ ପଛଘୁଞ୍ଚା ଦିଏ ବୋଲି କୁହନ୍ତି ପିସି। ନିକଟରେ ପ୍ରିୟଙ୍କା ମା’ ହୋଇଛନ୍ତି। ଝିଅ ମାଳତୀ ମେରିକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି। ଏବେ ତାଙ୍କର ପ୍ରଥମ ୱେବ ସିରିଜ ‘ସିଟାଡେଲ’ର ଶୁଟିଂ ଶେଷ କରିଛନ୍ତି।
ଆସନା ଜୁଲାଇ ୭ରେ ‘କଫି ୱିଥ କରନ’ର ପ୍ରିମିୟର୍‌ ହେବ। ଏଥର ଶୋ’ କେବଳ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ ହେବ।

Share