Advertisement
Categories: ଜାତୀୟ

ସ୍ବାମୀଙ୍କ କନସର୍ଟରେ କାନ୍ଦିଲେ ପ୍ରିୟଙ୍କା

ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ନିକ ବ୍ରଦର୍ସ ‘ଟୁର୍‌’ କନ୍ସର୍ଟ ଆରମ୍ଭ ହୋଇଛି। ନିକ ବ୍ରଦର୍ସଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ଏଥିସହିତ ପ୍ରିୟଙ୍କା ମଧ୍ୟ ତାଙ୍କ ସ୍ବାମୀଙ୍କ ଶୋ’ରେ ଯୋଗଥିଲେ। ଏହି ସମୟରେ ପ୍ରିୟଙ୍କା ତାଙ୍କ ସ୍ବାମୀଙ୍କୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ସେ ସ୍ବାମୀଙ୍କୁ ଦେଖି ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଆଖିରେ ଲୁହ ଆସିଯାଇଥିଲା। କନସର୍ଟ ସମୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଗୁଡିକ ମଧ୍ୟରୁ ଗୋଟିଏରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀଙ୍କୁ ଚିୟର କରୁଥିବା ବେଳେ ଲୁହ ପୋଛୁଥିବାର ନଜର ଆସିଛନ୍ତି।
ନିକ ବ୍ରଦର୍ସଙ୍କ ଶୋ’ ପରେ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ନିକ୍‌ଙ୍କ ପାଇଁ ଏକ ଷ୍ଟାଟସ ପୋଷ୍ଟ କରିଛନ୍ତି। ଷ୍ଟାଟସ ରେ ନିକଙ୍କ ଏକ ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, ‘ମାଇ ହାର୍ଟ, ତୁମ ପାଇଁ ବହୁତ ଗର୍ବିତ।’

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share