ମିଥୁନଙ୍କ ଗୀତରେ ଝୁମିଲେ ପ୍ରିୟଙ୍କା

ତିନି ବର୍ଷ ପରେ ବିଦେଶରୁ ଭାରତ ଆସିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଭାରି ବ୍ୟସ୍ତ। ଗୋଟଇଏ ଦିନରେ ତାଙ୍କୁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ୁଛି। ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ହେବା କାରଣରୁ ଉତ୍ତର ପ୍ରଦେଶର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ପିଲା ଓ ଲୋକଙ୍କ ସହ ଭେଟୁଛନ୍ତି ଏବେ ପ୍ରିୟଙ୍କା । ଅନ୍ୟପଟେ ସେ ନିଜର ହେୟାରକେୟାର୍‌ ବ୍ରଣ୍ଡ ସଧ୍‌ ଲଞ୍ଚ କରିଛନ୍ତି। ଏସବୁ ଭିତରେ ପ୍ରିୟଙ୍କାଙ୍କର ଏକ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ୮୦ ଦାଶକର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ହିଟ୍‌ ଗୀତ ‘ୟେ ରାତ୍‌ ମେ ଜୋ ମଜା ହୈ’ରେ ନାଚୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରୁହି ଦୋଶାନିଙ୍କ ସହ ପ୍ରିୟଙ୍କା ଏହି ରିଲ୍‌ କରିଛନ୍ତି। ଦୁହେଁ ବାଥ୍‌ରୋବ୍‌ ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଗମୀ ଦିନରେ ପ୍ରୟଙ୍କା ହଲିଉଡ୍‌ରେ ରୁସୋ ବ୍ରଦର୍ସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଟ୍ସ ଅଲ୍‌ କମିଂ ବ୍ୟାକ୍‌ ଟୁ ମି’ରେ ନଜରକୁ ଆସିବେ। ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କ ବଲିଉଡ୍‌ ପ୍ରୋଜେକ୍ଟ ବିଷୟରେ କୌଣସି ଖରବ ପ୍ରକାଶ ପାଇନାହିଁ।

 

 

Share