ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ପ୍ରିୟଙ୍କା ଅଟକ ରହିଥିବା ଗେଷ୍ଟ ହାଉସରେ ଝାଡୁ ଲଗାଉଥିବାର ୪୫ ସକେଣ୍ଡର ଭିଡ଼ିଓ ଏବଂ ଫଟୋ ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୋମବାର ଭୋର୍ ୫ଟାରେ ପ୍ରିୟଙ୍କାଙ୍କୁ ପୋଲିସ ତାଙ୍କୁ ନିଜ ହେପାଜତରେ ଅଟକ ରଖିଥିଲା। ତାଙ୍କୁ ସୀତାପୁର ପିଏସ୍ର ୨୨ ବାଟାଲିୟନ୍ ଗେଷ୍ଟ ହାଉସରେ ରଖାଯାଇଛି।
ପ୍ରିୟଙ୍କା ବିଳମ୍ବିତ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ତାଙ୍କ ଘର ଚାରିପଟେ ୩୦୦ରୁ ଅଧିକ ପୋଲିସ ଏବଂ ୧୫୦ ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଥିଲା। ପ୍ରିୟଙ୍କା ରାତ୍ର ୧୨ ଟା ପରେ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟା ଯାତ୍ରା କରିବା ପରେ ତାଙ୍କୁ ଲକ୍ଷ୍ମୀପୁର ନିକଟବର୍ତ୍ତୀ ହରଗାଓ୍ବଁଠାରେ ପୋଲିସ ତାଙ୍କୁ ନିଜ ହେପାଜତରେ ନେଇ ଗେଷ୍ଟ ହାଉସରେ ଅଟକ ରଖିଥିଲା।