ଆମେରିକାରେ ଭାରତୀୟ ଖାଦ୍ୟ ଖାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଦୈନନ୍ଦିନ ରୁଟିନଠାରୁ ଆରମ୍ଭ କରି ନୂତନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବାକୁ ଭୁଲନ୍ତି ନାହିଁ। ପ୍ରିୟଙ୍କା ଆଜିକାଲି ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ବିଷୟରେ ପ୍ରତ୍ୟେକ କଥା ଜାଣିବାକୁ ଆଗ୍ରହୀ ଥାନ୍ତି। ତେଣୁ ପ୍ରିୟଙ୍କା ପ୍ରଶଂସକଙ୍କ ଆଦୌ ନିରାଶ କରନ୍ତି ନାହିଁ। ଯାହା ବି କରିଥାନ୍ତି ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଖୁସି କରନ୍ତି। ଏବେ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଦେଶୀ ପୋହା ଏବଂ ଅନ୍ୟାନ୍ୟ ଭାରତୀୟ ଖାଦ୍ୟରେ ଭର୍ତ୍ତି ହୋଇଥିବା ଏକ ଜଳଖିଆ ପ୍ଲେଟ୍‌ ଶେୟାର କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ଆମେରିକାରେ ସେ ନିଜ ମୁମ୍ବାଇ ଘରକୁ ମିସ୍‌ କରୁଛନ୍ତି।

Share