Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ,୧୫ ।୧୧: କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ମୁରାଦାବାଦ ଗସ୍ତ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରିୟଙ୍କା ଭାଇରାଲ ଫିବରରେ ଆକ୍ରନ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ବାତିଲ କରାଯାଇଛି । ସୋମବାର ରାମଲିଲା ମୈଦାନରେ କଂଗ୍ରେସ ପଦାଧିକାରୀଙ୍କ ପ୍ରତିଜ୍ଞା ସମ୍ମିଳନୀରେ ପ୍ରିୟଙ୍କା ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଉତ୍ତର ପ୍ରଦେଶର ୧୨ ଜିଲାର ପଦାଧିକାରୀ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା ସେମାନେ ସକାଳୁ ସକାଳୁ ସେଠାରେ ପହଞ୍ଚିଥିଲେ । ହେଲେ ପ୍ରିୟଙ୍କା ଜ୍ୱରରେ ପୀଡ଼ିତ ଥିବାରୁ ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ ବୋଲି ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମା ଲଲ୍ଲୁ ସୂଚନା ଦେବା ପରେ କଂଗ୍ରେସ ନେତାଙ୍କ ମନରେ ନିରାଶ ଦେଖାଦେଇଥିଲା ।

Share