Categories: ଜାତୀୟ

ୟୁପିରେ ପ୍ରିୟଙ୍କା ଗାନ୍ଧୀ କାହିଁକି ଲଢୁ ନାହାନ୍ତି ନିର୍ବାଚନ

ନୂଆଦିଲ୍ଲୀ,୧୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ପ୍ରଚାର ଯୋରସୋରରେ ହେଉଥିବା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଭିଡା ଲାଗି ରହିଛି । ଇତିମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛିକି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ କାହିଁକି ନିର୍ବାଚନ ଲଢୁ ନାହାନ୍ତି । ନିକଟରେ ଏକ ସାକ୍ଷତ୍‌କାରରେ ଏହାର ଉତ୍ତର ଦେଇଛନ୍ତି ପ୍ରିୟଙ୍କା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାବଦଙ୍କ ଭଳି ପ୍ରାର୍ଥି ଏଥର ମଇଦାନରେ ରହିଛନ୍ତି । ସବୁ ପାଇଁ ସମୟ ଥାଏ । ମୋର ଯେତିକି ରାଜନୈତିକ ଅନୁଭବ ରହିଛି ମୁଁ ଭାବୁଛି ଏବେ ନିର୍ବାଚନ ଲଢିବାର ସମୟ ଆସିନାହିଁ । ଅର୍ଥାତ୍ କଂଗ୍ରେସକୁ ମଜଭୁତ କରିବାକୁ ଏବେବି ପ୍ରିୟଙ୍କା ଚେଷ୍ଟା ଜାରି ରଖିଛନ୍ତି ।

Share