Categories: ଜାତୀୟ

ଡ୍ୟାନ୍ସ ଭିଡିଓ ଶେୟାର କରି ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ଅମିତ ମାଳବିୟ, ଜନତା ଶେୟାର କଲେ ସିନ୍ଧିଆଙ୍କ ଫଟୋ

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣା ଜନିତ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ଶୁକ୍ରବାର ରାୱତ ଦମ୍ପତିଙ୍କ ଶେଷକୃତ୍ୟ ସେନା ସମ୍ମାନ ସହ ଶେଷ କରାଯାଇଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ପ୍ରିୟଙ୍କା ଗାନ୍ଧୀ ଗୋଆର ପାରମ୍ପରିକ ଡ୍ୟାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓକୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଆଇଟି ମୁଖ୍ୟ ଅମିତ ମାଲବିୟ ଶେୟାର କରି ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ହିଁ ଲୋକେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର କିଛି ଫଟୋ ଶେୟାର କରିଥିଲେ । ଯେଉଁଥିରେ ସେ ଗ୍ୱାଲିୟର ଷ୍ଟାଡିୟମରେ ଚୌକା-ଛକା ମାରୁଥିବା ଦେଖାଯାଇଥିଲା ।
ପ୍ରିୟଙ୍କାଙ୍କ ଭିଡିଓ ଶେୟାର କରି ମାଲବିୟ ଲେଖିଛନ୍ତି ଯେତେବେଳେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେତେବେଳେ ରାହୁଲ ଗାନ୍ଧୀ ଭୋର ପର୍ଯ୍ୟନ୍ତ ପାର୍ଟି ମନାଉତିଲେ । ଏବେ ଭାଇଙ୍କ ଭଳି ଭଉଣୀ ବି ଗୋଆରେ ନାଚୁଛନ୍ତି । ଯେତେବେଳେ ସାରା ଦେଶ ସିଡିଏସ୍ ବିପିନ ରାୱତଙ୍କ ପରଲୋକରେ ଶୋକ ପ୍ରକାଶ କରୁଛି, ସେତେବେଳେ ପ୍ରିୟଙ୍କାଙ୍କ ଏଭଳି ଆଚରଣ, ଏହାଠାରୁ ଆଉ କିଛି ଲଜ୍ୟା ଜନକ ବିଷୟ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share