ଲକ୍ଷ୍ନୌ,୩୧।୧୦:ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଆରମ୍ଭ ହୋଇଛି। କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ ଗୋରଖପୁରରେ ପହଞ୍ଚି ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଆଦିତ୍ୟନାଥ ଏବଂ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ଯୋଗି ଆଦିତ୍ୟନାଇ ଗୁରୁ ଗୋରଖନାଥଙ୍କ ବିଚାରଧାର ସମ୍ପୂର୍ଣ୍ଣ ବିପରୀତ କାର୍ଯ୍ୟ କରୁଛନ୍ତି। ବିପକ୍ଷ କହୁଛନ୍ତି କଂଗ୍ରେସ ଭାଜପାର ଟିମ୍। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହୁଁଛନ୍ତି, ମରିଯିବି ପଛେ ଭାଜପା ସହ ମେଣ୍ଟ କରିବି ନାହିଁ ବୋଲି ସେ କହିଛନ୍ତି।
ଏହି ରାଲିରେ ପ୍ରିୟଙ୍କା ଅମିତ ଶାହାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଶାହା ଜୀଙ୍କ ଏକ ଭାଷଣ ଶୁଣୁଥିଲି, ଯେଉଁଥିରେ ସେ କହିଥିଲେ ୟୁପିରେ ଅପରୀଧୀଙ୍କୁ ଖୋଜିବାକୁ ହେଲେ ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ ପଡେ। ଦୁର୍ଭାଗ୍ୟର ବିଷୟ ତାଙ୍କ ପାଖରେ ଅଜୟ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ, ଯାହାଙ୍କ ପୁଅ କୃଷକଙ୍କୁ ମାଡିଦେଇଥିଲେ। ମୁଁ ଶାହା ଜୀଙ୍କୁ ଏତିକି କହିବାକୁ ଚାହେଁ, ଦୂରବୀକ୍ଷଣ ଛାଡି, ଚଷମା ଲଗାନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି।