ଭୁବନେଶ୍ବର,୧୭।୫(ବ୍ୟୁରୋ) : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିପାରନ୍ତି ବୋଲି ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଦଳର ସ୍ଥିତି କିଭଳି ମଜଭୁତ ହୋଇପାରିବ ସେଥିପାଇଁ ପ୍ରିୟଙ୍କା ଏହାର ସମୀକ୍ଷା କରିପାରନ୍ତି। ହେଲେ କେବେ ଆସିବେ ସେନେଇ କୌଣସି ଖବର ସମ୍ନାନ ଆସିନାହିଁ। ଯଦି ପ୍ରିୟଙ୍କା ଓଡ଼ିଶା ଆସନ୍ତି ତା’ହେଲେ ଏହା ତାଙ୍କର ପ୍ରଥମ ଗସ୍ତ ହେବ।
ଏଆଇସିସିର ଉଦୟପୁର ଚିନ୍ତନ ଶିବିର ଗତ ରବିବାର ଶେଷ ହୋଇଛି। କଂଗ୍ରେସର ଅନେକ ନେତାମାନେ ପ୍ରିୟଙ୍କା ଗାନ୍ଧି ଦଳର ମଙ୍ଗ ଧରନ୍ତୁ ବୋଲି ବୈଠକରେ ଦାବି ରଖିଛନ୍ତି। ଚିନ୍ତନ ଶିବିରରେ ପିସିସି ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ଅଧିକାରୀ ଯୋଗ ଦେଇଥିଲେ।