ଲକ୍ଷ୍ନୌ,୧୩।୧: ଆସନ୍ତା ମାସରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର କଂଗ୍ରେସ ପକ୍ଷରୁ ୧୨୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ମା’ ଆଶା ସିଂ। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଆଶା କର୍ମୀ ପୁନମ ପାଣ୍ଡେ। ସେ ଗତ ବର୍ଷ ନଭେମ୍ବରରେ ଶାହଜାହାନପୁରଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଯାଉଥିଲା ବେଳେ ତାଙ୍କୁ ପୋଲିସ ନିର୍ଯାତନା ଦେଇଥିଲା।
“୧୨୫ ପ୍ରାର୍ଥୀଙ୍କ ମଧ୍ୟରେ ୪୦ ପ୍ରତିଶତ ମହିଳା ଏବଂ ୪୦% ଯୁବକ ରହିଛନ୍ତି। ଏଭଳି ଐତିହାସିକ ଅଭିଯାନ ସହ ଆମେ ରାଜ୍ୟରେ ନୂଆ ରାଜନୀତି ଆଣିବୁ” ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।