Categories: ଜାତୀୟ

ମହିଳାଙ୍କ ପାଇଁ କଂଗ୍ରେସର ଭିନ୍ନ ଘୋଷଣାପତ୍ର: ମାଗଣା ବସ୍ ଯାତ୍ରା ସହ ମାଗଣା ଗ୍ୟାସ ସିଲିଣ୍ଡର

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଖୁବ୍ ଯୋର ଦେଉଛି । ଏବେ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର ରହିଛି । କିଛଦିନ ତଳ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ପାଇଁ ୪୦ ପ୍ରତିଶତ ସିଟ୍ ସଂରକ୍ଷଣ କଥା ଘୋଷଣା କରିଥିବା ବେଳେ ମାଗଣାରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ ଓ ସ୍କୁଟି ଦେବାକୁ କହିଥିଲେ । ଏହାପରେ ପୁଣିଥରେ ସୋମବାର ସକାଳରେ ଟୁଇଟ୍ କରି ପ୍ରିୟଙ୍କା ମହିଳାଙ୍କ ପାଇଁ ଭିନ୍ନ ଏକ ଘୋଷଣା ପତ୍ର ଜାରି କରାଯିବା କଥା କହିଛନ୍ତି । ଏଥିରେ ସେ ମହିଳାଙ୍କୁ ସରକାରୀ ବସରେ ମାଗଣା ଯାତ୍ରା ସହ ବର୍ଷକୁ ଗ୍ୟାସ ଭର୍ତ୍ତି ୩ଟି ସିଲିଣ୍ଡର ମାଗଣା ଦେବାକଥା ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମାସକୁ ୧୦ ହଜାର ଟଙ୍କା, ବିଧବା ଓ ବୁଦ୍ଧାଙ୍କୁ ୧୦୦୦ଟଙ୍କା ଭତ୍ତା, ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୪୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା କଥା ପ୍ରିୟଙ୍କା ତାଙ୍କ ଘୋଷଣାପତ୍ରରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ସରକାର ଆସିଲେ ରାଜ୍ୟରେ ମହିଳାମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ କଂଗ୍ରେସ ତା’ର ଘୋଷଣା ପତ୍ରର ଜାରି କରି ମହିଳା ଭୋଟଙ୍କୁ ହାତେଇବାକୁ ଏବେଠାରୁ ପ୍ରୟାସ କଲାଣି ବୋଲି ଆଲୋଚନା ହେଉଛି ।

Share