Categories: ଜାତୀୟ

କଥା ଦେଲେ ପ୍ରିୟଙ୍କା, କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା

ରାୟପୁର,୬।୧୦: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି ଯେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ଆମେ ଜାତିଗତ ଜନଗଣନା କରିବୁ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। କାଙ୍କେରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଯଦି ଛତିଶଗଡରେ କଂଗ୍ରେସ ପୁଣିଥରେ ସରକାର ଗଠନ କରେ, ତେବେ ବିହାର ଭଳି ଆମେ ମଧ୍ୟ ରାଜ୍ୟରେ ଜାତିଗତ ଜନଗଣନା କରିବୁ। ଭାଜପାକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ଯେକୌଣସି ଉପାୟରେ କ୍ଷମତାରେ ରହିବାକୁ ଭାଜପାର କେବଳ ଗୋଟିଏ ଲକ୍ଷ୍ୟ ବାକି ଅଛି। ତାଙ୍କର ସହଯୋଗୀମାନେ ବଡ଼ ଶିଳ୍ପପତି ଏବଂ ସେ କେବଳ ସେମାନଙ୍କ ପାଇଁ କାମ କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ତାଙ୍କ ଗ୍ୟାରେଣ୍ଟି ଖାଲି। ଆଜି ମୁଦ୍ରାସ୍ଫୀତି ଏବଂ ବେକାରୀ ବହୁତ ଅଧିକ। ଏହି ଲୋକମାନେ ତାଙ୍କ ପାଇଁ କିଛି କରୁନାହାଁନ୍ତି। ଆମେ ରାମ ପଥ ଗମନ ନିର୍ମାଣ କରି ତାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିଛୁ। ପ୍ରଭୁ ରାମ ଯେଉଁ ସ୍ଥାନକୁ ଯାଇଛନ୍ତି, ଆମେ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିଛୁ। ମହାତ୍ମା ଗାନ୍ଧୀଙ୍କଠାରୁ ରାଜୀବ ଗାନ୍ଧୀ ପର୍ଯ୍ୟନ୍ତ ପଞ୍ଚାୟତିରାଜର ସ୍ବପ୍ନ କଂଗ୍ରେସ ସରକାର ପୂରଣ କରିଛନ୍ତି।

Share