Categories: ଜାତୀୟ

କର୍ନାଟକ ପରେ ମଧ୍ୟପ୍ରଦେଶରେ ୫ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ସରକାରକୁ ଆସିଲେ ମିଳିବ ଏହି ସୁବିଧା

ଭୋପାଳ,୧୨।୬: କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଭିଯାନ କରିଛନ୍ତି। ପ୍ରିୟଙ୍କା ସୋମବାର ଜବଲପୁରରେ କଂଗ୍ରେସର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ନର୍ମଦାଙ୍କୁ ପୂଜା କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଜବଲପୁର ଗସ୍ତରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦେଇଛନ୍ତି ଏବଂ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବା ମାତ୍ରେ ତାହା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ୫ ଗ୍ୟାରେଣ୍ଟି ମଧ୍ୟରେ…

-ମହିଳାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା
– ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
– ୧୦୦ ୟୁନିଟ୍‌ ବିଦ୍ୟୁତ୍‌ ବିଲ ଛାଡ, ୨୦୦ ୟୁନିଟ୍‌ର ଅଧା ବିଲ
– ଚାଷୀଙ୍କ କୃଷି ଋଣ ଛାଡ
– ମଧ୍ୟପ୍ରଦେଶରେ ପୂରୁଣା ପେନସନ ଲାଗୁ

Share