Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଚୁଡି-ବିନ୍ଦି ବଦଳରେ ରୋଜଗାର କାହିଁକି ବାଣ୍ଟୁ ନାହାନ୍ତି: ପ୍ରିୟଙ୍କା

ଡେରାଡୁନ,୧୨ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ହେଉଛି ଅନ୍ତିମ ପ୍ରଚାରର ଦିନ । ଏହି ଶେଷ ଦିନରେ ଜନ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ସବୁ ବଳ ଲଗାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିର୍ବାଚନ ମଣ୍ଡଳି ଖଟିମରେ ଗର୍ଜିଛନ୍ତି କଂଗ୍ରେସ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରା । ଏହି ସମୟରେ ସେ ଭାଜପା ଉପରେ ଖୁର୍ବ ଗର୍ଜଛନ୍ତି । ପ୍ରିୟଙ୍କା ବେକାରୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ କଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ମୁଦ୍ଦାକୁ ନେଇ ପ୍ରିୟଙ୍କା କହିଛନ୍ତି ପ୍ରଧାନମନ୍ତ୍ରୀ କହୁଛନ୍ତି କରୋନା ସମୟରେ କଂଗ୍ରସ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଦେଶରେ ସଂକ୍ରମଣ ବଢାଇ ଦେଲା । ହେଲେ ଯେଉଁ ପ୍ରବାସୀ ଶ୍ରମିକମାନେ ଦିନ ଦିନ ଧରି ଚାଲି ଚାଲି ଘରକୁ ଫେରିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ କ’ଣ ଏମିତି ଛାଡି ଦେଇ ଥାଆନ୍ତା । ଏହା କ’ଣ ସତରେ ରାଜନୀତି । ଆହୁରି ମଧ୍ୟ ପ୍ରିୟଙ୍କା କହିଛନ୍ତି ଆଜି ଉତ୍ତରଖଣ୍ଡରେ ଯେଉଁ ମୁଖ୍ୟମନ୍ତ୍ରୀ ବିନ୍ଦି ଚୁଡି ବାଣ୍ଟୁଛନ୍ତି ତାଙ୍କୁ ଆପଣମାନେ ପଚାରନ୍ତୁ ସେ ରୋଜଗାର କାହିଁକି ବାଣ୍ଟୁ ନାହାନ୍ତି ।

Share