ନୂଆଦିଲ୍ଲୀ/ଭୋପାଳ,୨।୫: ମଧ୍ୟପ୍ରଦେଶରେ ୬ ମାସ ପରେ ହେବ ବିଧାନସଭା ନିର୍ବାଚନ। ଏଠାରେ ସିଧାସଳଖ ଲଢେଇ ଭାରତୀୟ ଜନତା ପାର୍ଟି(ଭାଜwପା) ଓ କଂଗ୍ରେସ ମଧ୍ୟରେ ହେବା ଲକ୍ଷ୍ୟ କରାଯାଉଛି। ଉଭୟ ଦଳ ନିର୍ବାଚନୀ ଦାବିର ପେଡି ଖୋଲିଦେଇଛନ୍ତି। ଭାଜପା ଓ କଂଗ୍ରେସ ଉଭୟ ଦଳ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ କରିସାରିଛନ୍ତି। ଭାଜପା ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ବେଳେ କଂଗ୍ରେସ ପିସିସି ମୁଖ୍ୟ କମଳନାଥଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିବାକୁ ଯାଉଛି।
ଭାଜପା ତା’ର ଡବଲ ଇଞ୍ଜିନ ସରକାରଙ୍କ ପୁରୁଣା ଫର୍ମୁଲାକୁ ଆଗକୁ ବଢାଇବାକୁ ଯାଉଥିବା ବେଳେ କଂଗ୍ରେସ ଶିବରାଜ ସରକାରଙ୍କ ଆଣ୍ଟି ଇନକମ୍ବେନସିର ସାହାରାରେ ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରୁଛି। ନିର୍ବାଚନ ପ୍ରଚାର ଅଭିଯାନରେ ଭାଜପା ଶିବରାଜଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାକୁ ଆଗକୁ ଆଣିଥିବା ବେଳେ, କଂଗ୍ରେସ ବି ଦଳର ଜେନରାଲ ସେକ୍ରେଟାରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ପ୍ରଦେଶରେ ଷ୍ଟାର ପ୍ରଚାରକ କରି ରାଲି କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି।