Posted inଜାତୀୟ

ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ: ଉପସ୍ଥିତ ରହିଲେ ପୁଅ, ଝିଅ

ନୂଆଦିଲ୍ଲୀ,୨୮।୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ଶବଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତି ଥିଲେ। ଏହାସହ ତାଙ୍କ ପୁଅ ରେହାନ ଏବଂ ଝିଅ ମିରାୟା ମଧ୍ୟ ସେଠାରେ ଥିଲେ।

ଓ୍ବାୟନାଡ୍‌ର କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି। ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ପୂର୍ବ ଲୋକ ସଭା ଆସନ ରାଏବରେଲିରୁ ପୁଅ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି।

ସଂସଦରେ ପ୍ରିୟଙ୍କାଙ୍କ ପ୍ରବେଶ ଏଭଳି ସମୟରେ ହେବାକୁ ଯାଉଛି, ଯେତେବେଳେ କି କଂଗ୍ରେସ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହାରିଯାଇଛି। କଂଗ୍ରେସର ‘କ୍ରାଇସିସ୍‌ ମ୍ୟାନେଜର’ ଏବଂ ‘ବ୍ୟାକ୍‌ଡୋର ଷ୍ଟ୍ରାଟେଜିଷ୍ଟ’ ଭାବେ ପରିଚିତ ପ୍ରିୟଙ୍କା ଦଳକୁ ପୁନର୍ଗଠନ କରିବାରେ କେତେ ସକ୍ଷମ ହେବେ ତା’ ଉପରେ ନଜର ରହିବ। ସେହିପରି ପାର୍ଲାମେଣ୍ଟ ଭିତରେ ଓ ବାହାରେ ପ୍ରିୟଙ୍କାଙ୍କ ଉପସ୍ଥିତି କଂଗ୍ରେସ ପାଇଁ ଗେମ୍‌ ଚେଞ୍ଜର ହୋଇପାରେ ବୋଲି ନେତାମାନେ ମନେକରୁଛନ୍ତି।

ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ନିର୍ବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ନିର୍ଣ୍ଣାୟକ ହେବ। ପ୍ରିୟଙ୍କା ୨୦୦୪ ଲୋକ ସଭା ନିର୍ବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିବାକୁ ଯାଉଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର,୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ କାରଣ ଏହା ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରେ, ଯାହା ଜୀବନ...

RSS ସହ ମୋଦିଙ୍କର ନାହିଁ ଭଲ ସମ୍ପର୍କ? ସଂଘର ଏହି ନେତା କହିଲେ…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର (୩୦ ମାର୍ଚ୍ଚ) ନରେନ୍ଦ୍ର ମୋଦି ନାଗପୁରରେ ରାଷ୍ଟ୍ରୀୟ...

ଔରଙ୍ଗଜେବଙ୍କ ସମାଧି ବିବାଦ ଉପରେ ରାଜ ଠାକରେ ବୟାନ: ହ୍ୱାଟ୍ସଆପ୍‌ରେ ଇତିହାସ ପଢ଼ନ୍ତୁ ନାହିଁ

ନୂଆଦିଲ୍ଲୀ,୩୧।୩: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ ସମାଧି ଉପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସକୁ ନିନ୍ଦା କରିଛନ୍ତି।...

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image