Categories: ଜାତୀୟ

୨୩ ବର୍ଷ ତଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଘର, ପ୍ରତିମାସରେ ଭଡ଼ା ଦେବାକୁ ପଡ଼େ…

ନୂଆଦିଲ୍ଲୀ,୨ା୭: କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋଧି ଏଷ୍ଟେଟ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ତେବେ ଜାଣନ୍ତି ପ୍ରିୟଙ୍କାଙ୍କୁ ଏହି ଘର ଭଡ଼ା ପାଇଁ ପ୍ରତିମାସରେ କେତେ ଦେବାକୁ ପଡ଼ିଥାଏ।
ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ୨୧ ଫେବୃୟାରୀ ୧୯୯୭ ଅର୍ଥାତ ୨୩ ବର୍ଷ ତଳେ ଲୋଧିରୋଡ୍‌ସ୍ଥିତ ଏକ ସରକାରୀ ବଙ୍ଗଳା ଆଲର୍ଟ କରାଯାଇଥିଲା। ସେତେବେଳେ ତାଙ୍କୁ ଏସ୍‌ପିଜି ସୁରକ୍ଷା ଦିଆଯାଇଥିଲା। କିନ୍ତୁ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ଏହି ବଙ୍ଗଳା ମିଳେ ନାହିଁ। ପ୍ରିୟଙ୍କାଙ୍କୁ ପ୍ରତିମାସରେ ଏହି ଘରଭଡ଼ା ବାବଦରେ ୩୭ ହଜାର ଟଙ୍କା ଦେବାକୁ ପଡୁଥିଲା।
ଜଣେ ଅଧିକାରୀ କୁହନ୍ତି, ୨୦୦୦ ମସିହାରେ ଏକ ନିୟମ ହୋଇଥିଲା କି ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏସ୍‌ପିଜି ସୁରକ୍ଷା ନାହିଁ ତେବେ ତାଙ୍କୁ କୌଣସି ସରକାରୀ ବଙ୍ଗଳା ଦିଆଯାଇପାରିବ ନାହିଁ। ଏହା ପୂର୍ବରୁ ସ୍ଥିର କରାଯାଇଥିଲା କି ଏହି ବର୍ଗର ବଙ୍ଗଳା ବଜାର ଦର ତୁଳନାରେ ୫୦ ପ୍ରତିଶତ ଅଧିକ ଭଡ଼ା ଦିଆଯିବ। ପରେ ଏହାକୁ ୩୦ ପ୍ରତିଶତକୁ ହ୍ରାସ କରାଯାଇଥିଲା।
ସୂଚନାଯୋଗ୍ୟ, ମୋଦି ସରକାର ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ଏଷ୍ଟେଟ୍‌ସ୍ଥିତ ବଙ୍ଗଳା ଖାଲି କରିବାକୁ କହିଛନ୍ତି। ଏହି ବଙ୍ଗଳା ପ୍ରିୟଙ୍କାଙ୍କୁ ଅଗଷ୍ଟରେ ଖାଲି କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟରେ ସେ ଘର ନ ଛାଡ଼ନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ।

Share