Categories: ଜାତୀୟ

ମାୟାବତୀଙ୍କୁ ଭେଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୪ ।୧୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଶନିବାର ମାୟାବତୀଙ୍କ ମା’ ରାମରତିଙ୍କର ପରଲୋକ ହୋଇଥିବା ବେଳେ ପ୍ରିୟଙ୍କା ଶୋକ ପ୍ରକାଶ କରିଛନ୍ତି । ଏହାସହ ମାୟାବତୀଙ୍କ ମା’କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶନିବାର ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ସେ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରବିବାର ସକାଳେ ପ୍ରିୟଙ୍କା ଗାନ୍ଧୀ ୩ ତ୍ୟାଗରାଜ ମାର୍ଗରେ ଥିବା ମାୟାବତୀଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ ମାୟବତୀଙ୍କ ମାଆଙ୍କର ହୃଦଘାତ ଯୋଗୁ ୯୨ ବର୍ଷ ବୟସରେ ପରଲୋକ ହୋଇଛି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ପରଲୋକ ହୋଇଛି ।

Share