ନୂଆଦିଲ୍ଲୀ,୧୧ ।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରିଛନ୍ତି । ମୌନି ଅମାବାସ୍ୟା ଅବସରରେ ସେ ସଙ୍ଗମରେ ବୁଡ ପକାଇଛନ୍ତି । ଦିନ ପ୍ରାୟ ୨ଟା ବେଳେ ସେ ସେଠାରେ ବୁଡ ପକାଇଛନ୍ତି । ତାଙ୍କ ସହ ଆସିଥିବା ଅନ୍ୟ ସହଯୋଗୀମାନେ ମଧ୍ୟ ସଙ୍ଗମରେ ବୁଡ ପକାଇଥିବା ଦେଖାଯାଇଛି । ଏହା ପୂର୍ବରୁ ସେ ଐତିହାସିକ ଆନନ୍ଦ ଭବନ ମଧ୍ୟ ଗସ୍ତ କରିଥିଲେ । ଏହି ସମୟରେ ସେ ବିନା ଲାଇଫ୍ ଜ୍ୟାକେଟରେ ନୌକ।।ର ଯାତ୍ରା କରିବାକୁ ନେଇ ଚର୍ଚ୍ଚା ହୋଇଛି । ଏହାକୁ ନେଇ ପ୍ରିୟଙ୍କାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲାଗିଛି ।