Categories: ଜାତୀୟ

ଭାଷଣ ଅଧାରୁ ମଞ୍ଚ ଛାଡ଼ିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୪।୨- ଉତ୍ତର ପ୍ରଦେଶର ମଥୁରାଠାରେ ମଙ୍ଗଳବାର କୃଷକ ଆନ୍ଦୋଳନକୁ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଷଣ ଅଧାରୁ ମଞ୍ଚ ଛାଡ଼ି ଦେଇଛନ୍ତି। ସେ ଭାଷଣ ଦେଉଥିବାବେଳେ ଜଣେ ମହିଳା ନ୍ୟାୟ ଦାବି କରି ସ୍ଲୋଗାନ ଦେଇଥିଲେ। ଉକ୍ତ ମହିଳା ଜଣଙ୍କ ରାଜସ୍ଥାନର ବାସିନ୍ଦା, ଯେଉଁଠାରେ ସରକାରରେ ଅଛି କଂଗ୍ରେସ।

ଉକ୍ତ ମହିଳାଙ୍କ ଝିଅକୁ ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳ ଭାରତପୁତ୍‌ଠାରେ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଥିଲା। ପୀଡ଼ିତାଙ୍କ ମା’ ସମ୍ପର୍କିୟଙ୍କ ସହ ମଥୁରାରେ ରୁହନ୍ତି। ପ୍ରିୟଙ୍କା ଗାନ୍ଧୀ ଆସୁଥିବା ଖବର ପାଇବା ପରେ କଂଗ୍ରେସ ରାଲିରେ ଯିବାକୁ ସେ ନିଷ୍ପତ୍ତି ନେଇଥିଲେ। ବାରମ୍ବାର ସ୍ଲୋଗାନ ଦେଇ ଭାଷଣ ଦେଉଥିବା ପ୍ରିୟଙ୍କାଙ୍କ ପାଇଁ ସାଜିଥିଲେ ବାଧକ। ଏହାପରେ ପ୍ରିୟଙ୍କା ମଞ୍ଚ ଛାଡ଼ି ଉକ୍ତ ମହିଳାଙ୍କ ଅଭିଯୋଗ ବୁଝିବା ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରିଥିଲେ। ସୂଚନା ଅନୁଯାୟୀ, ମହିଳାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି ଗେହଲଟ।

Share