Categories: ଜାତୀୟ

ଖାର୍ଗେଙ୍କ ବଡ଼ ଘୋଷଣା: ରାହୁଲ ଗାନ୍ଧୀ ଦେବେ ଇସ୍ତଫା, ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନ ଛାଡିବେ ଏବଂ ରାଏବରେଲିରୁ ଏମ୍‌ପି ରହିବେ। ଏଥିସହିତ ଖାର୍ଗେ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟନାଡରୁ ନିର୍ବାଚନ ଲଢିବେ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନରେ କେରଳର ୱାୟନାଡରୁ ଏବଂ ଉତ୍ତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢି ଜିତିଥିଲେ। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିବ। ସୋମବାର ଖାର୍ଗେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି , ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଇସ୍ତଫା ଦେବେ। ଏଥିସହ ପ୍ରିୟଙ୍କା ଗାନ୍ଧୀ ବର୍ତ୍ତମାନ କେରଳର ୱାୟନାଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

Share