ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ସିଟ୍ରେ ମହିଳା ପ୍ରାର୍ଥୀ ଦେବାକୁ ଗତ ମାସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି। ଏଥିସହ ସେ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲଢ ସକତି ହୁଁ’ । ଶୁକ୍ରବାର ଏନେଇ ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଇରାନୀ ପ୍ରିୟଙ୍କାଙ୍କ ସ୍ଲୋଗାନକୁ ତାତ୍ସଲ୍ୟ କରି କହିଛନ୍ତି, ଏହାର ଅର୍ଥ, ‘ଘର ପର ଲଡକା ହେ, ପର ଲଢ୍ ନେହିଁ ସକତା। ଏକ ଘରୋଇ ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ସେ କହିଛନ୍ତି, ନୀତି, ବିକାଶ ଓ ଲୋକତନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ମୈଦାନକୁ ଓହ୍ଲାଇବ। ପ୍ରିୟଙ୍କା ୪୦% ସିଟ୍ରେ କଂଗ୍ରେସ ମହିଳା ପ୍ରାର୍ଥୀ ଛିଡା ଏହାର ଅର୍ଥ କଂଗ୍ରେସ ମହିଳାଙ୍କୁ ୬୦% ଟିକେଟ ଦେବାକୁ ଚାହୁଁନି ବୋଲି ସେ କହିଛନ୍ତି।