ନୂଆଦିଲ୍ଲୀ,୧୫ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବି ମନୋବଳ ଦୃଢ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେବି ସେ ଉତ୍ତର ପ୍ରଦେଶରୁ ନିଜ ଧ୍ୟାନ ହଟାଇବାକୁ ଚାହୁଁ ନାହାନ୍ତି । ଏବେଠାରୁ ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କୁହାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଉତ୍ତର ପ୍ରଦେଶରେ ହୋଇଥିବା ପରାଜୟର କାରଣକୁ ଆକଳନ କରିଥିଲେ ସତ ଏହାସହ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଉତ୍ତର ପ୍ରଦେଶକୁ ନେଇ ଘଣ୍ଟା ଘଣ୍ଟା ଆଲୋଚନା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧୀ ଏହି ବୈଠକରେ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରିଛନ୍ତି । ତେବେ ବିଧାନସଭା ନିର୍ବାଚନରେ ପରାଜୟର ସମୀକ୍ଷା ଓ ସଙ୍ଗଠନରେ କିଛି ବଡ ପରିବର୍ତ୍ତନ ସମେତ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବାକୁ ପ୍ରିୟଙ୍କା ଖୁବଶୀଘ୍ର ଉତ୍ତର ପ୍ରଦେଶ ଗସ୍ତ କରିପାରନ୍ତି ।