Categories: ଜାତୀୟ

ଅସତ୍ୟ, ଅନ୍ୟାୟ, ଅତ୍ୟାଚାରର ବିଲୋପ ନିଶ୍ଚିତ, ଦଶହରାରେ ପ୍ରିୟଙ୍କାଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୨୪।୧୦: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଦଶହରା ଅବସରରେ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଅସତ୍ୟ, ଅନ୍ୟାୟ, ଅତ୍ୟାଚାରର ହାରିବା ନିଶ୍ଚିତ। ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ, କିନ୍ତୁ ଯୁଦ୍ଧର ସମାପ୍ତି ସତ୍ୟ ଏବଂ ନ୍ୟାୟ ସପକ୍ଷରେ ରହିବ। ବିଜୟାଦଶମୀ ଆମକୁ ଏହି ସର୍ବୋତ୍ତମ ମାର୍ଗ ଦେଖାଇଛି।

ପ୍ରିୟଙ୍କା ଗାନ୍ଧୀ ଆହୁରି ଲେଖିଛନ୍ତି, ଆସନ୍ତୁ ପ୍ରଭୁ ରାମଙ୍କ ସାଧୁତା, ଭଦ୍ରତା, ନମ୍ରତା ଏବଂ ମହାନ ସାହସକୁ ମନେ ପକାଇବା ଏବଂ ଧାରଣ କରିବା। ବିଜୟାଦଶମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଉତ୍ସବ ସହିତ ଏହା ମଧ୍ୟ ସଙ୍କଳ୍ପର ଦିନ ଅଟେ।

Share