Categories: ଜାତୀୟ

କର୍ନାଟକ ନିର୍ବାଚନରେ ପ୍ରିୟଙ୍କା ପାଖରେ ୧୫ ପ୍ରତିଶତ ମହିଳା ଟିକଟ…

ବେଙ୍ଗାଲୁରୁ,୨୫।୧ : ଚଳିତ ବର୍ଷ କର୍ନାଟକରେ ହେବାକୁ ଥିବା ବିଧାନସଭା ନିବ;ାଚନ ପାଇଁ କଂଗ୍ରେସ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା କେନ୍ଦ୍ରିକ ରାଜନୀତିକୁ ଦଳର ଗୁରୁତ୍ୱ ରହିଛି। ଏଭଳି ପରିସ୍ଥିତିରେ ମହିଳାମାନଙ୍କ ଉପସ୍ଥିତି ବଢ଼ାଇବା ଲାଗି ଘୋଷଣା କରାଯାଇଛି।

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ଗୃହର ମୁଖ୍ୟଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ସହିତ ଅଲଗା ମହିଳା କେନ୍ଦ୍ରିକ ବଜେଟ ଗଠନ କରିବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଏଠାରେ ‘ନା ନାୟକି’ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ଟିକେଟ ବଣ୍ଟନରେ ମହିଳାମାନଙ୍କୁ କଂଗ୍ରେସ ଅଗ୍ରାଧିକାର ଦେବ ଏବଂ ଅତିକମରେ ୧୫ ପ୍ରତିଶତ ଟିକେଟ ମହିଳାମାନଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏସବୁ ଟିକଟ ପ୍ରିୟଙ୍କାଙ୍କ ପାଖରେ ରହିବ ବୋଲି ଚର୍ଚ୍ଚା ହେଉଛି।

Share