Advertisement

ବିଦେଶରେ ଥାଇ ବି ଦୀପାବଳିକୁ ଭୁଲିନାହାନ୍ତି ପ୍ରିୟଙ୍କା, ପ୍ରଶଂସକଙ୍କ ପାଇଁ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ୍‌ଏଞ୍ଜେଲସରେ ରହୁଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଭାରତୀୟ ସଂସ୍କୃତିକୁ ଆଦୌ ଭୁଲିନାହାନ୍ତି। ଅନେକ ଥର ପ୍ରିୟଙ୍କା ପ୍ରମାଣ କରିଛନ୍ତି ଦେଖାଇଛନ୍ତି, ସେ ହୁଏତ ବିଦେଶରେ ରହୁଥାଇପାରନ୍ତି ମାତ୍ର ତାଙ୍କ ଦେହ, ମନ, ପ୍ରାଣ ସବୁ ଭାରତରେ। ସମ୍ପୂଣ୍ଣ ଦେଶୀ। ସେ ହୃଦୟରେ ହିନ୍ଦୁସ୍ତାନୀ। ଏପରି କୌଣସି ଭାରତୀୟ ପର୍ବ ନାହିଁ ଯାହାକୁ ପ୍ରିୟଙ୍କା ଭୁଲିଯାଆନ୍ତି। ସବୁ ଭାରତୀୟ ପର୍ବକୁ ସେ ବିଦେଶରେ ଥାଇ ପାଳନ କରନ୍ତି। ସେ କରଓ୍ବା ଚୌଥ୍‌ ହେଉ କି ହୋଲି କିମ୍ବା ଦୀପାବଳି। ସବୁ ପର୍ବ ସେ ସେଠାରେ ଥାଇ ପାଳନ କରନ୍ତି।

ଖାଲି ଯେ ପ୍ରିୟଙ୍କା ପାଳନ୍ତି ତାହା ନୁହେଁ, ସ୍ବାମୀ ନିକ୍‌ ମଧ୍ୟ ଭାରତର ସମସ୍ତ ପର୍ବକୁ ପ୍ରିୟଙ୍କାଙ୍କ ସହ ମିଶି ପାଳନ କରିଥାନ୍ତି। ପ୍ରିୟଙ୍କା ବର୍ତ୍ତମାନ ଲସଏଞ୍ଜେଲସରେ ଅଛନ୍ତି । ଆଜି ସେଠାରେ ପ୍ରିୟଙ୍କା ଆଲୋକର ପର୍ବ ଦୀପାବଳି ପାଳନ କରିବେ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚାଇଛନ୍ତି। ଏହି ଅବସରରେ ସେ କିଛି ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋରେ ପ୍ରିୟଙ୍କା ପ୍ରିଣ୍ଟେଡର ଏକ ଧଳା ଲେହେଙ୍ଗା ପିନ୍ଧିଛନ୍ତି। ଏହାକୁ ମ୍ୟାଚ୍‌ କରି ସୁନ୍ଦର ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି। ଯାହା ତାଙ୍କୁ ବେଶ୍‌ ମାନୁଛି। କେଶ ମୁକୁଳା ରଖିଥିବା ବେଳେ ଏହି ଦେଶୀ ଲୁକ୍‌ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି।

ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପଶନ ଲେଖିଛନ୍ତି, ସମସ୍ତଙ୍କୁ ଦୀପାବଳିର ସନ୍ଧ୍ୟା ଶୁଭେଚ୍ଛା। ସମସ୍ତଙ୍କୁ ବହୁତ ବହୁତ ପ୍ରେମ, ସୁଖ ଏବଂ ଆଶୀର୍ବାଦ ମିଳୁ।

ଏହି ଫଟୋଗୁଡ଼ିକରେ ପ୍ରିୟଙ୍କା ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ, ନିକ୍‌ କମେଣ୍ଟ ଦେବାକୁ ଭୁଲିନାହାନ୍ତି। ସେ ଏକ ଫାୟାର ଇମୋଜି ଦେଇଛନ୍ତି। ଯାହାକି ପ୍ରିୟଙ୍କା ତାଙ୍କୁ କେତେ ସୁନ୍ଦର ଦେଖାଯାଉଛନ୍ତି ତାହା କହିବା ପାଇଁ ଯଥେଷ୍ଟ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share