ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଅନ୍ନଦାତାଙ୍କୁ ସମର୍ଥନ କରି କଂଗ୍ରେସ ପକ୍ଷରୁ ଗୁରୁବାର ରାଲିର ଆୟୋଜନ କରାଯାଇଥିଲା। ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ କେତେକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କେତେକ ନେତାଙ୍କୁ ପୋଲିସ ହେପାଜତରେ ରଖାଯାଇଛି। ସେହିପରି ରାହୁଲ ଗାନ୍ଧୀଙ୍କ ସମେତ ୩ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନକୁ ଫେରାଇ ନେବା ପାଇଁ ୨ କୋଟି ଅନ୍ନଦାତାଙ୍କ ହସ୍ତାକ୍ଷର ଥିବା ଦାବି ପ୍ରଦାନ କରିଛନ୍ତି।