୩ ବର୍ଷ ପରେ ଭାରତ ଆସୁଛନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିବାହ ପରେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ଲସ ଆଞ୍ଜେଲସରେ ରହୁଛନ୍ତି। ସେ ଦୀର୍ଘ ୩ ବର୍ଷ ପରେ ଝିଅ ମାଳତୀ ମେରିଙ୍କ ସହ ଭାରତ ଆସୁଛନ୍ତି। ଏଥିପାଇଁ ସେ ବେଶ୍‌ ଉତ୍ସାହିତ ମଧ୍ୟ ଅଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟାଟସରେ ଭାରତ ଆସିବାକୁ ନେଇ ଖୁସି ଜାହିର କରିଛନ୍ତି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ବୋର୍ଡିଂ ପାସର ଏକ ଫଟୋ ଶେୟାର କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, ଶେଷରେ … ଘରକୁ ଯାଉଛି। ପ୍ରାୟ ୩ ବର୍ଷ ପରେ। କୋଭିଡ ପରେ ପ୍ରିୟଙ୍କ ଭାରତ ଆସୁଛନ୍ତି।
ପ୍ରିୟଙ୍କା ଏବଂ ନିକ ଜୋନାସ ଡିସେମ୍ବର ୨୦୧୮ରେ ଯୋଧପୁରର ଏକ ପ୍ୟାଲେସରେ ବିବାହ କରିଥିଲେ। ସେ ଜାନୁଆରୀରେ ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରି ଚୋପ୍ରାଙ୍କୁ ଦୁନିଆକୁ ସ୍ବାଗତ କରିଥିଲେ। ଲସ ଏଞ୍ଜେଲସରେ ରହିବା ସତ୍ତ୍ୱେ ପ୍ରିୟଙ୍କା ତାଙ୍କ ପ୍ରଶଂସକଙ୍କ ସହ ସର୍ବଦା ଜଡିତ ରହିଆସିଛନ୍ତି। ପ୍ରାୟତଃ ସେ ପାରମ୍ପରିକ ଢଙ୍ଗରେ ସୋସିଆଲ ମିଡିଆରେ ଭାରତର ବିଭିନ୍ନ ଉତ୍ସବର ଫଟୋ ମଧ୍ୟ ଶେୟାର କରନ୍ତି।
ପ୍ରିୟଙ୍କା ଦୁଇଟି ହଲିଉଡ ଫିଲ୍ମ ଇଟ୍‌ସ ଅଲ କମିଂ ବ୍ୟାକ୍‌ ଟୁ ମିଏବଂ ଏଣ୍ଡିଙ୍ଗ ଥିଙ୍ଗ୍ସ ଖୁବ ଶୀଘ୍ର ମୁକ୍ତିଲାଭ କରିବ। ତାଙ୍କୁ ବଲିଉଡ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ଦେଖିବାକୁ ମିଳିବ।

Share