‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

କାନ୍‌ବେରା:ବଲିଉଡ୍‌ରୁ ହଲିଉଡ୍‌ ଯାଏ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଜଲଓ୍ବା ଦେଖାଇ ବିଶ୍ୱସ୍ତରୀୟ ତାରକା ଭାବେ ପରିଗଣିତ ହୋଇପାରିଛନ୍ତି। ଅଭିନେତ୍ରୀ ଜଣକ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବ୍ଲଫ୍‌’କୁ ପାଇଁ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିପାଇଁ ସେ ଗତ କିଛିଦିନ ହେବ ଅଷ୍ଟ୍ରେଲିଆରେ ରହି ଏହାର ଶୁଟିଂରେ ଯୋଗଦେଇଥିଲେ। ନିକଟରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିବା ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟରେ ଫିଲ୍ମ ଶୁଟିଂ ସମୟର କିଛି ଫଟୋ ସହ ସ୍ବାମୀ ନିକ୍‌ ଜୋନାସ୍‌, ଝିଅ ମାଲତୀ ଏବଂ ମା’ ମଧୁ ଚୋପ୍ରାଙ୍କ ସହ ତାଙ୍କ ଅବକାଶ ସମୟକୁ ଅତିବାହିତ କରୁଥିବାର ବିଭିନ୍ନ ଫଟୋ ମଧ୍ୟ ଶେୟାର କରିଛନ୍ତି।
ତାଙ୍କ ଇନ୍‌ଷ୍ଟାଗ୍ରାମରେ ୨୦ଟି ଫଟୋ ଶେୟାର କରି ‘ଦି ବ୍ଲଫ୍‌’ର ଶୁଟିଂ ସମାପ୍ତି ବିଷୟରେ ସୂଚନା ଦେଇଛନ୍ତି। ଏହି ପୋଷ୍ଟ’ର କ୍ୟାପ୍‌ଶନ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ‘ଦି ବ୍ଲଫ୍‌’ର ଶୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ଗର୍ବିତ। ଶୁଟିଂ ସମୟରେ ସେ ନିଜ ସାଥୀ କଳାକାର ଓ ସେଟ୍‌ର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି। ତେବେ ସେ କିଛି ସମୟ ପାଇଁ ଘରକୁ ଆସିଛନ୍ତି ବୋଲି କହିବା ସହ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ ପ୍ରଶଂସକଙ୍କୁ ଜଣାଇଛନ୍ତି। ପ୍ରିୟଙ୍କାଙ୍କୁ ଆଗାମୀ ଦିନରେ ସ୍ପାଇ-ଥ୍ରୀଲର ସିରିଜ୍‌ ‘ସିଟାଡେଲ୍‌’ର ଦ୍ୱିତୀୟ ସିଜନ୍‌ରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରିୟଙ୍କା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମେର୍ଲେ ଡାଣ୍ଡ୍ରିଜ୍‌, ମାଇକେଲ୍‌ ଟ୍ରୁକୋ, ମ୍ୟାଟ୍‌ ବେରୀ, ରାହୁଲ କୋହଲି ଏବଂ ଗାବ୍ରିଏଲ୍‌ ଲିଓନ୍‌ ମଧ୍ୟ ’ସିଟାଡେଲ୍‌’ର ଦ୍ୱିତୀୟ ସିଜନ୍‌ରେ ପ୍ରମୁଖ ଭୂମିକାରେ ନଜର ଆସିବେ। ସୂଚନାଯୋଗ୍ୟ, ଫ୍ରାଙ୍କ ଇ ଫ୍ଲାଓର୍ସଙ୍କ ନିର୍ଦ୍ଦେଶିତ ‘ଦି ବ୍ଲଫ୍‌’ ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ବ୍ୟତୀତ କାର୍ଲ ଅର୍ବାନ, ଇସ୍ମାଇଲ କ୍ରୁଜ୍‌ କୋର୍ଡୋବା, ସାଫିଆ ଓକ୍‌ଲେ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri